ଜଳ ଭାଗରେ ପାଟ୍ରୋଲିଙ୍ଗ, ଆର୍ଯ୍ୟପଲ୍ଲୀ ଥାନା ପୋଲିସ ପକ୍ଷରୁ ନିଆଯାଇଛି ପଦକ୍ଷେପ

ଛତ୍ରପୁର: ଜଳପଥରେ ସମ୍ଭାବ୍ୟ ଆକ୍ରମଣ ଆଶଙ୍କା । ସମୁଦ୍ର ପଥ ଦେଇ ଭାରତକୁ କେହି ଯେମିତି ପ୍ରବେଶ ନ କରି ପାରିବେ ସେଥିପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ଜଳପଥରେ ହାଇଆଲର୍ଟ ଜାରି ହେବା ପରେ ତତ୍ପର ହୋଇଛି ଆର୍ଯ୍ୟପଲ୍ଲୀ ଥାନା ପୋଲିସ ।
ଭାରତର ଅପରେସନ୍ ସିନ୍ଦୂର ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ରୂପ ନେଉଥିବାରୁ ଦେଶର ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି । ସାମରିକ ପ୍ରତିଷ୍ଠାନ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି ପାକିସ୍ତାନ । ଏହି କାରଣରୁ କେବଳ ସ୍ଥଳପଥ ନୁହେଁ, ଜଳପଥରେ ମଧ୍ୟ ହାଇଆଲର୍ଟ ଜାରି ହୋଇଛି । ପୋଲିସ ଫୋର୍ସ ସହିତ ନୌସନା ଅଧିକାରୀ ଓ ମତ୍ସ୍ୟ ବିଭାଗ, ଗୁଇନ୍ଦା ବିଭାଗ କଡ଼ାକଡ଼ି ଯାଞ୍ଚ କରିବା ସହିତ ସମୁଦ୍ର ମଝିରେ କଡା ଚେକିଂ କରାଯାଉଛି । ଆର୍ଯ୍ୟପଲ୍ଲୀ ଥାନା ପୋଲିସ ପକ୍ଷରୁ ମଧ୍ୟ ପାଣି ଭିତରେ ବୋଟ ଯୋଗେ ପାଟ୍ରୋଲିଙ୍ଗ କରାଯାଉଛି ।
Also Read:ପାକିସ୍ତାନର ଡ୍ରୋନ ଆକ୍ରମଣ : ଅମୃତସରରେ ରେଡ ଆଲର୍ଟ, ପ୍ରଶାସନ ଘରେ ରହିବାକୁ ପ୍ରଶାସନଙ୍କ ନିର୍ଦ୍ଦେଶ