ବାୟୁସେନାର ଇଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟ ଭାବେ ଦାୟିତ୍ୱ ନେବେ ଓଡ଼ିଆ ଅଫିସର ଦିଲୀପ କୁମାର ପଟ୍ଟନାୟକ

ବାୟୁସେନାରେ ଏୟାର ମାର୍ଶାଲ ଓଡ଼ିଆ ଅଫିସର ଦିଲୀପ କୁମାର ପଟ୍ଟନାୟକ ଅକ୍ଟୋବର ୩ ତାରିଖରେ ବାୟୁସେନାର ଇଷ୍ଟର୍ନ କମାଣ୍ଡ ମୁଖ୍ୟ ଭାବେ ଦାୟିତ୍ୱ ନେବେ । ଆସନ୍ତା ୩
ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାଯାଇଛି । ବାୟୁସେନାର ପ୍ରଥମ ଓଡ଼ିଆ ଅଫିସର ଭାବେ ସେ ଏପରି ଏକ ସମ୍ମାନଜନକ ପଦରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି । ଖବରରୁ ଜଣାଯାଇଛିଯେ ସେ ଭୁବନେଶ୍ୱରର ମୂଳବାସିନ୍ଦା ଓ କେଭି ନମ୍ବର ୧ ଓ ଡ଼ିଏମ ସ୍କୁଲର ପୁରାତନ ଛାତ୍ର । ୧୯୯୯ ମସିହା କାର୍ଗିଲ ଯୁଦ୍ଧ ସମୟରେ ଜଣେ ଦକ୍ଷ ମିରେଜ ପାଇଲଟ ଭାବରେ ତାଙ୍କୁ ବାୟୁସେନାର ଗାଲେଣ୍ଟାରୀ ଆୱାର୍ଡରେ ସମ୍ମାନିତ କରାଯାଇଥିଲା ।

ଏହାବାଦ ୨୦୨୦ ରେ ଅତି ଭିସିସ୍ଟ ସେବା ମେଡାଲରେ ବି ତାଙ୍କୁ ସମ୍ମାନିତ କରାଯାଇଥିଲା । ଭାରତୀୟ ବାୟୁସେନାର ଫାଇଟର ଷ୍ଟ୍ରିମ ବିଭାଗରେ ସେ ୧୯୮୪ ମସିହା ଜୁନ ୮ ତାରିଖରେ ଯୋଗ ଦେଇଥିଲେ । ମୀରାଜ ୨୦୦୦ ଓ ମିଗ ୨୧ ଭଳି ଆୟାରକ୍ରାଫଟ ଦୀର୍ଘ ୨୫୦୦ ଘଣ୍ଟା ଉଡ଼ାଇବାର ଅନୁଭୂତି ବି ତାଙ୍କର ରହିଛି ।ବାୟୁସେନା ବିଭାଗର କ୍ୟାରିୟରରେ ସେ ଜଣେ ଦକ୍ଷ ଅଫିସର ଭାବରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଆସିଛନ୍ତି ।

Leave A Reply

Your email address will not be published.