ବଜ୍ରପାତ ମୃତ୍ୟୁରେ ଆଗରେ ଓଡ଼ିଶା, ୫ ବର୍ଷରେ ଯାଇଛି ୧୧୦୩ ଜଣଙ୍କ ଜୀବନ

ଭୁବନେଶ୍ୱର : ବଜ୍ରପାତ ମୃତ୍ୟୁରେ ଆଗରେ ଓଡ଼ିଶା । ଗତ ୫ ବର୍ଷରେ ବଜ୍ରପାତରେ ୧୧୦୩ ଜଣଙ୍କ ମୃତ୍ୟୁ ହୋଇଛି । ବିଧାନସଭାରେ ଉତ୍ତର ରଖିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଉତ୍ତରପ୍ରଦେଶ ଓଡ଼ିଶାଠାରୁ ୫ ଗୁଣା ବଡ଼ ହୋଇଥିଲେ ମଧ୍ୟ ସେଠାରେ ମାତ୍ର ୫୪୨ ଜଣଙ୍କ ମୃତ୍ୟୁ ହୋଇଛି । ଖଣି ଥିବାରୁ ସୁନ୍ଦରଗଡ଼, କେନ୍ଦୁଝର ଓ ବାଲେଶ୍ଵରରେ ଅଧିକ ବଜ୍ରପାତ ମୃତ୍ୟୁ ହେଉଛି । ଏହାର ସ୍ଥାୟୀ ନିରାକରଣ ବ୍ୟବସ୍ଥା ନାହିଁ । ବିଲରେ ଓ ପାଣିରେ କାମ କରୁଥିବା ବେଳେ ଲୋକେ ଅଧିକ ବଜ୍ରପାତର ଶିକାର ହୋଇଥାନ୍ତି । ୨୦୧୫ ଏପ୍ରିଲରେ ରାଜ୍ୟ ସରକାର ବଜ୍ରପାତକୁ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଦିଆଯାଉଛି । ବଜ୍ରପାତ ରୋକିବା ପାଇଁ ବ୍ୟାପକ ତାଳ ଗଛ ଲଗାଯାଉଛି । ଗଛ ଲଗାଇବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ୭ କୋଟି ଟଙ୍କା ଦିଆଯାଇଛି ।

ଏହାସହ ସେ କହିଛନ୍ତି ୨୩ ଶହ କୋଟି ଟଙ୍କା ବିପର୍ଯ୍ୟୟ ପରିଚାଳନା ବିଭାଗ ପାଖରେ ଅଛି । ସେଥିରୁ ୨୦୦ କୋଟି ଟଙ୍କା କ୍ଷତି ପୂରଣ ପାଇଁ ରଖିଛୁ । ପାଣ୍ଠି ଯଥେଷ୍ଠ ଅଛି । ରାଜ୍ୟ ବାହାରେ ବଜ୍ରପାତରେ ଓଡ଼ିଆଙ୍କ ମୃତ୍ୟୁ ହେଲେ ସେମାନଙ୍କୁ କ୍ଷତି ପୂରଣ ଦେବାକୁ ସରକାର ବିଚାର ବିମର୍ଶ କରିବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.