ମେୟର ପ୍ରାର୍ଥିନୀ ନୂଆ ମୁହଁଙ୍କୁ ସୁଯୋଗ ଦେଇଛି ବିଜେପି, ସୁନୀତି ମୁଣ୍ଡଙ୍କ ନାଁରେ ମାରିଛି ମୋହର

କେନ୍ୟୁଜ୍(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ଉପରେ ବିଭିନ୍ନ ଦଳର ନଜର। ଏଥର ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଭୁବନେଶ୍ୱର ମହାନଗର ନିଗମ ପାଇଁ ତିନି ପ୍ରମୁଖ ଦଳର ମେୟର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଭିନ୍ନକ୍ଷମ ସଶକ୍ତିକରଣ ଅଧ୍ୟକ୍ଷା ସୁଲୋଚନା ଦାସଙ୍କୁ ମେୟର ପ୍ରାର୍ଥୀ କରିଛି ବିଜେଡି।
ସାମ୍ବାଦିକତାରୁ କ୍ୟାରିଅର ଆରମ୍ଭ କରିଥିବା ସୁଲୋଚନା ଦଳର ମୁଖପାତ୍ର ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ସେହିପରି ମେୟର ପ୍ରାର୍ଥିନୀ ଭାବେ ବିଜେପି ସୁନୀତି ମୁଣ୍ଡଙ୍କ ନାଁରେ ମୋହର ମାରିଛି। ମେୟର ପ୍ରାର୍ଥି ଭାବେ ନୂଆଁ ମୁହଁଙ୍କୁ ସୁଯୋଗ ଦେଇଛି ବିଜେପି। ପୂର୍ବରୁ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାଁରେ ମୋହର ମାରିଛି କଂଗ୍ରେସ। ମଧୁସ୍ମିତା ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡାଙ୍କ ବୋହୂ।