ରାସ୍ତା ନଥିବାରୁ କାନ୍ଧରେ ଭାର କରି ମୃତଦେହ ବୋହିଲେ ଗ୍ରାମବାସୀ

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଡମ୍ବଗୁଡ଼ା ପଞ୍ଚାୟତ ନିଲ୍ଡିକ୍ଲିଆ ଗ୍ରାମରେ ରାସ୍ତା ନଥିବାରୁ କାନ୍ଧରେ ଭାର କରି ମୃତଦେହ ବୋହିଲେ ଗ୍ରାମବାସୀ ।  ଗ୍ରାମର ବଳରାମ ମଳିକଙ୍କ ସ୍ତ୍ରୀ ମମିତା ମଳିକ 6 ମାସ ଗର୍ଭବତୀ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପ୍ରଥମେ ତାଙ୍କୁ ଅଡବା ସ୍ୱାସ୍ଥ୍ୟ କେନ୍ଦ୍ର ପରେ ମୋହନା ସ୍ଵାସ୍ଥ୍ୟ କେନ୍ଦ୍ର ଭର୍ତି କରାଯାଇଥିଲା ।

ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର ନିର୍ଦ୍ଦେଶ ଦେଇଥିଲେ ମୋହନା ମେଡିକାଲ କତୃପକ୍ଷ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ମମିତାଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଗ୍ରାମକୁ ଅଣାଯାଇଥିଲା କିନ୍ତୁ ରାସ୍ତା ନଥିବା ଯୋଗୁଁ ଗ୍ରାମ ନିକଟସ୍ଥ ଦୁଇ କିଲୋମିଟର ଦୂରରୁ ପାହାଡ଼ ଘଞ୍ଚ ଜଙ୍ଗଲ ଦେଇ ମୃତଦେହକୁ ବୋହି ଆଣିଥିଲେ ।