ଆରମ୍ଭ ହେଲା ଘଟଗାଁ ମା’ତାରିଣୀଙ୍କ ଆଷାଢୀ ପର୍ବ, ସଂସାରର ମଙ୍ଗଳ ମନାସୀ ମା ରୁହନ୍ତି ଉପବାସରେ

କେନ୍ଦୁଝର:  ଜଗତ ଜନନୀ  ମା’ତାରିଣୀଙ୍କ ବିଭିନ୍ନ ପର୍ବ ମଧ୍ୟରୁ ଆଷାଢୀ ପର୍ବ ଏକ ଭିନ୍ନ ପର୍ବ । ଏହି ଦିନକୁ ମାଙ୍କ ଜନ୍ମ ଦିନ ଭାବେ ପାଳନ କରାଯାଉଥିବା ବେଳେ ଏହି ଆଷାଢୀ ପର୍ବରେ ମା ସାରା ସଂସାରର ଶୁଭକାମନା କରି ଦିନ ସାରା ଉପବାସ ରହିଥାନ୍ତି ଏବଂ ସଂନ୍ଧ୍ୟା ସମୟରେ ସୁନାବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ପ୍ରତ୍ୟକ ବର୍ଷ ଆଷାଢ ମାସ ଶେଷ ଗୁରୁବାରରେ ଏହି ପର୍ବ ଘଟଗାଁ ମା ତାରିଣୀ ପିଠରେ ପାଳିତ ହେଇ ଆସୁଛି । ଯେହେତୁ ଏହି ଦିନ ମା ଉପବାସ ରୁହନ୍ତି ତେଣୁ ଦିନରେ ମା ତାରିଣୀଙ୍କ ମନ୍ଦିର ସଂପୂର୍ଣ୍ଣ ବନ୍ଦ ରହିଥାଏ । ସଂନ୍ଧ୍ୟା ୭ ଟାରେ ମା ସୁନା ବେଶରେ ସଜ୍ଜିତ ହେବା ପରେ ଦେହୁରୀ ମାନଙ୍କ ଦ୍ୱାରା ପୂଜା କାର୍ଯ୍ୟ ଆରମ୍ଭ ହୋଇଥାଏ। ରାତ୍ର ୧୦.୩୦ରେ ମା’ଙ୍କ ଆଳତୀ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥାଏ ।

maa tariniଏହାପରେ କେବଳ ମୂଖ୍ୟ ଦେହୁରୀଙ୍କ ବ୍ୟତିତ ଅନ୍ୟ ପୂଜକ ଓ ଭକ୍ତ ମାନେ ମନ୍ଦିରରୁ ବାହାରି ଯାଆନ୍ତି । ବିଳମ୍ବିତ ରାତିରେ ମୂଖ୍ୟ ଦେହୁରୀ ମା’ଙ୍କ ନିଶି ପୂଜା କରି ବୋଦା ବଳୀ ଦେଇଥାନ୍ତି ଏବଂ ମା’ଙ୍କ ପ୍ରତିକ ବ୍ୟାଘ୍ର ରୁପରେ ଆସି ଏହି ବଳି ଗ୍ରହଣ କରିଥାନ୍ତି । ଏହି ଆଷାଢୀ ଅବସରରେ କେନ୍ଦୂଝର ରାଜକୁମାର ରାଜ୍ୟର ମଙ୍ଗଳ ମନାସି ପ୍ରଥମେ ମା’ଙ୍କ ପୂଜା କରିଥାନ୍ତି । ଏଥି ସହିତ ମା’ଙ୍କ ସୁନା ବେଶ ଦର୍ଶନ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥାଏ ।

 

Leave A Reply

Your email address will not be published.