ଆସନ୍ତାକାଲି ଘଟଗାଁ ଦେବୀ ମା ତାରିଣୀଙ୍କ ଅଷାଢୀ ପର୍ବ, ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ

ଘଟଗାଁ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀଙ୍କ ଅଷାଢୀ ପର୍ବ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ଅଷାଢୀ ପର୍ବ ଅଷାଢ ମାସର ଶେଷ ଗୁରୁବାର ଅନୁଷ୍ଠିତ ହୋଇଥାଏ।

ଏହି ଦିନ ସକାଳୁ ସନ୍ଧ୍ୟା ପଯ୍ୟନ୍ତ ମା ତାରିଣୀଙ୍କ ମନ୍ଦିର ବନ୍ଦ ରହିଥାଏ କୌଣସି ନୀତିକାନ୍ତି ହୋଇନଥାଏ। ଏହି ସମୟରେ ମା ତାରିଣୀ ପ୍ରଜାଙ୍କ ମଙ୍ଗଳ ପାଇଁ ଉପବାସ ରଖି ଭଗବାନ ବିଷ୍ଣୁଙ୍କ ଆରାଧନା କରିଥାନ୍ତି ବୋଲି ବିଶ୍ୱାସ ରହିଛି ।

ଏହି ପର୍ବର ମାଙ୍କ ନିଶି ପୂଜା ହୋଇଥାଏ। ବିଳମ୍ବିତ ରାତିରେ କେବଳ ବରିଷ୍ଠ ପୂଜକ ମାନେ ମାଙ୍କ ପୂଜାର୍ଚ୍ଚନା କରିଥାନ୍ତି। ଦିନତମାମ ମାଙ୍କ ମନ୍ଦିର ବନ୍ଦ ରହିବା ପରେ ସନ୍ଧ୍ୟା ୭ଟାରେ ପହଡ଼ ଖୋଲିବା ପରେ ଭକ୍ତମାନେ ମାଙ୍କ ଦର୍ଶନ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.