ଚିଟଫଣ୍ଡ ତଦନ୍ତରେ ପୁଣି ସିବିଆଇର ତତ୍ପରତା, ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ

ସିବିଆଇ ରିଟର୍ଣ୍ଣସ୍‌। ଚିଟଫଣ୍ଡ ତଦନ୍ତରେ ପୁଣି ସିବିଆଇର ତତ୍ପରତା। ସିବିଆଇ ହେପାଜତରେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା। ଚିଟଫଣ୍ଡ ଲିଙ୍କ୍‌ରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଆଜି ଭୋରରୁ ତାଙ୍କ ବାସଭବନରୁ ପଚରାଉଚରା ପାଇଁ ନେଇଥିଲା ସିବିଆଇ।

ଆଶୀର୍ବାଦଙ୍କ ବିରୋଧରେ କଣ ରହିଥିଲା ଅଭିଯୋଗ:

ଗତ ୨୦୧୧ରେ ଓଡ଼ିଶା ପ୍ରିମିୟର ଲିଗ୍‌ ବା ଓପିଏଲ୍‌ର ପ୍ରାୟୋଜକ ପାଇଁ ଅର୍ଥତତ୍ତ୍ୱ ଚିଟଫଣ୍ଡ କମ୍ପାନୀଠାରୁ ଓସିଏ ୧ କୋଟି ଟଙ୍କା ଆଣିଥିଲା। ସେତେବେଳେ ଓସିଏର ସମ୍ପାଦକ ଥିଲା ଆଶୀର୍ବାଦ। ଅଭିଯୋଗ ହୋଇଥିଲା ପ୍ରାୟୋଜକ ହେବା ଦ୍ୱାରା ଏଟି ଗ୍ରୁପ ଓପିଏଲ୍‌ର ସାଧାରଣ ଲୋକଙ୍କ ବିଶ୍ୱାସଭାଜନ ହୋଇଥିଲା। ଫଳରେ ଅର୍ଥତତ୍ତ୍ୱ ଚିଟଫଣ୍ଡରେ ଲୋକ ଟଙ୍କା ଖଟାଇଥିଲେ। କିନ୍ତୁ ପରେ ଆଶୀର୍ବାଦ ଟଙ୍କାର ହିସାବ ଦେଇ ପାରି ନଥିଲେ। ତାଙ୍କୁ ବହୁଥର ପଚରାଉଚରା କରିଥିଲା ସିବିଆଇ। ଏବେ ଗିରଫ ହୋଇଛନ୍ତି ।