ଭୁବନେଶ୍ୱର ଅଶୋକନଗରରେ ଥିବା ୟୁକୋ ବ୍ୟାଙ୍କ ସିନିୟର ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ, ଭଡ଼ାଘରୁ ଉଦ୍ଧାର ହୋଇଛି ଝୁଲନ୍ତା ମୃତଦେହ

ଭୁବନେଶ୍ୱର: ଭୁବନେଶ୍ୱର ଅଶୋକନଗରରେ ଥିବା ୟୁକୋ ବ୍ୟାଙ୍କ ସିନିୟର ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ। ଭଡ଼ାଘରୁ ଉଦ୍ଧାର ହୋଇଛି ଝୁଲନ୍ତା ମୃତଦେହ। ତାଙ୍କ ନାଁ ଆର୍. ରଞ୍ଜିତା ରାଓ। ବରମୁଣ୍ଡା ଅଞ୍ଚଳରେ ଥିବା ଭଡ଼ାଘରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସେ ଅଶୋକନଗର ୟୁକୋ ବ୍ୟାଙ୍କର ମୁଖ୍ୟ ବ୍ରାଞ୍ଚରେ କାମ କରୁଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତି ଚଳାଇଛି।