ସିଦ୍ଧେଶ୍ୱର ପୀଠରେ ବଡ ଧୁମଧାମରେ ପାଳିତ ହୋଇଯାଇଛି ଅଶୋକାଷ୍ଟମୀ

ଯାଜପୁର: ପବିତ୍ର ଅଶୋକାଷ୍ଟମୀ ଅବସରରେ ଚଳଚଞ୍ଚଳ ଯାଜପୁରର ସିଦ୍ଧେଶ୍ୱରପୀଠ । ବିଶ୍ୱାସ ରହିଛି ଅଶୋକାଷ୍ଟମୀ ଦିନ ପ୍ରଭୁ ସିଦ୍ଧେଶ୍ୱରଙ୍କୁ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ । ଏଥିସହିତ ଏଠାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରି ପବିତ୍ର ବୈତରଣୀ ନଦୀରେ ବୁଡ ପକାଇଲେ ମୋକ୍ଷ ପ୍ରାପ୍ତି ହେବାର ବିଶ୍ୱାସ ରହିଛି । ଏଥିପାଇଁ ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁ ଛୁଟିଆସିଥିଲେ ଏହି ସିଦ୍ଧେଶ୍ୱର ପୀଠକୁ । ଶହ ଶହ ଶ୍ରଦ୍ଧାଳୁ ବାବା ସିଦ୍ଧେଶ୍ୱରଙ୍କୁ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିଥିଲେ ।

ଯାଜପୁରର ସିଦ୍ଧେଶ୍ୱର ପୀଠରେ ବଡ ଧୁମଧାମରେ ପାଳିତ ହୋଇଯାଇଛି ଅଶୋକାଷ୍ଟମୀ । ଅଶୋକାଷ୍ଟମୀ ଦିନ ଠାରୁ ଏଠାରେ ସାତ ଦିନ ଧରି ମେଳାର ଆୟୋଜନ ହୋଇଥାଏ । ଯେଉଁଠାରେ ବିଭିନ୍ନ ଘରକରଣା ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ କିଣିବା ପାଇଁ କାହିଁ କେତେ ଦୂରରୁ ଲୋକଙ୍କ ଆଗମନ ହୋଇଥାଏ । ଶ୍ରଦ୍ଧାଳୁ ମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦୀର ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଶ୍ରଦ୍ଧାଳୁ ମାନଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରିଛି ମନ୍ଦୀର ପ୍ରଶାସନ । ଅନ୍ୟପଟେ ବାବା ଙ୍କ ଦର୍ଶନ କରିଛନ୍ତି ଯାଜପୁର ବିଧୟିକା ସୁଜାତା ସାହୁ । ଏହି ମେଳା ଆସନ୍ତା ୫ ଦିନ ଧରି ଚାଲିବ । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି ।

Also Read:ଗୋଟିଏ ଗାଁରେ ସିରିଜ ଲୁଟ, ଅଚେତ କରି ଲୁଟିନେଲେ ୨୫ ଲକ୍ଷ ଟଙ୍କାର ସୁନା