ପାଳିତ ହେଲା ସିଦ୍ଧେଶ୍ୱର ପୀଠରେ ଅଶୋକାଷ୍ଟମୀ ପର୍ବ

ଯାଜପୁରର ସିଦ୍ଧେଶ୍ୱର ପୀଠରେ ଧୂମଧାମରେ ପାଳିତ ହୋଇଛି ଅଶୋକାଷ୍ଟମୀ ପର୍ବ, ଦର୍ଶନ ପାଇଁ ଆସିଛନ୍ତି ଶହ ଶହ ଶ୍ରଦ୍ଧାଳୁ

ପବିତ୍ର ଅଶୋକାଷ୍ଟମୀ ଅବସରରେ ଚଳ ଚଂଚଳ ହୋଇ ଉଠିଛି ଯାଜପୁରର ସିଦ୍ଧେଶ୍ୱର ପୀଠ । ପୀଠରେ ବଡ ଧୁମଧାମରେ ପାଳିତ ହୋଇଯାଇଛି ଅଶୋକାଷ୍ଟମୀ । ବିଶ୍ୱାସ ରହିଛି ଅଶୋକାଷ୍ଟମୀ ଦିନ ପ୍ରଭୁ ସିଦ୍ଧେଶ୍ୱରଙ୍କୁ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ । ଏଥିସହିତ ଏଠାରେ ପିତୃପୁରୁଷ ଙ୍କୁ ପିଣ୍ଡଦାନ କରି ପବିତ୍ର ବୈତରଣୀ ନଦୀରେ ବୁଡ ପକାଇଲେ ମୋକ୍ଷ ପ୍ରାପ୍ତି ହେବାର ବିଶ୍ୱାସ ରହିଛି । ଏହି ଅବସରରେ ଆଖପାଖ ଅଂଚଳର ଶହ ଶହ ଶ୍ରଦ୍ଧାଳୁ ବାବା ସିଦ୍ଧେଶ୍ୱରଙ୍କୁ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିଥିଲେ ।

ଅଶୋକାଷ୍ଟମୀ ଦିନ ଠାରୁ ସାତ ଦିନ ଧରି ଏଠାରେ ଏକ ମେଳା ଆୟୋଜନ କରାଯାଇଥାଏ । ଯେଉଁଠାରେ ବିଭିନ୍ନ ଘରକରଣା ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ କିଣିବା ପାଇଁ କାହିଁ କେତେଦୂରରୁ ଲୋକଙ୍କ ଆଗମନ ହୋଇଥାଏ । ଶ୍ରଦ୍ଧାଳୁ ମାନଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦୀର ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏହି ମେଳା ଆସନ୍ତା ୫ ଦିନ ଧରି ଚାଲିବ । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.