ପ୍ରେମ ବ୍ୟାପାରକୁ ନେଇ ଆଶ୍ରିତା କରିଛନ୍ତି ଆତ୍ମହତ୍ୟା! ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ, ମିଳିଛି ସୁଇସାଇଡ୍‌ ନୋଟ୍‌

ଭୁବନେଶ୍ୱର(କେନ୍ୟୁଜ୍): କାହିିଁକି ଜୀବନ ହାରିଲେ ଆଶ୍ରିତା? ଭୁବନେଶ୍ୱର ଆଚାର୍ଯ୍ୟବିହାରରେ ଭଡ଼ା ଘରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୋଲିସର ଖୋଳତାଡ । ସିଲ୍‌ ଥିବା ଘରକୁ ଖୋଲି ତଦନ୍ତ କରୁଛି ପୋଲିସ । ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ସହ ସହିଦନଗର ଥାନା ପୋଲିସ ପହଞ୍ଚି ସରଜମିନ ତଦନ୍ତ କରୁଛନ୍ତି । ଘର ଭିତରୁ ମିଳିଛି ଆଶ୍ରିତାଙ୍କ ମୋବାଇଲ ଫୋନ୍‌ ଓ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ସୁଇସାଇଡ୍‌ ନୋଟ୍‌ରେ ଲେଖାଯାଇଛି ବାପା ମୋତେ କ୍ଷମା କରିଦେବେ । ମୋତେ ଆପଣମାନେ ବହୁତ ପାଠ ପଢାଇଛନ୍ତି । ମୁଁ ଆଉ ପାରୁନି ।

ଆଶ୍ରିତାଙ୍କ ସୁଇସାଇଡ୍‌ ନୋଟ୍‌କୁ ନେଇ ତଦନ୍ତ କରୁଛି ପୋଲିସ । ତେବେ ପ୍ରେମ ବ୍ୟାପାରକୁ ନେଇ ଆଶ୍ରିତା ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ହେଲେ ସୁଇସାଇଡ୍‌ ନୋଟ୍‌ରେ କାହାର ନାଁ ଉଲ୍ଲେଖ ନାହିଁ। ଆଚାର୍ଯ୍ୟବିହାରରେ ଭଡ଼ା ଘରୁ ଆଶ୍ରିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଛାତ୍ରୀ ଏକ ଘରୋଇ ଇଞ୍ଜିନିୟରି କଲେଜରେ ଏମସିଏ ଛାତ୍ରୀ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.