ନାର୍କୋ ଟେଷ୍ଟରେ ଗୋପାଳ କହିଲା ନବଙ୍କ ହତ୍ୟା ପଛର ସତ, କାଲି କୋର୍ଟରେ ହେବ ହାଜର

ଗାନ୍ଧୀନଗରରେ ଫିଟିଲା ନବ ଦାସଙ୍କୁ ହତ୍ୟା ପଛର ଗୁମର । ନାର୍କୋ ଟେଷ୍ଟରେ ଗୋଟି ଗୋଟି କରି ସତ କହିଛି ଅତ୍ୟା ଅଭିଯୁକ୍ତ ଗୋପାଳ ଦାସ । ୨୯ ତାରିଖରୁ କ୍ରାଇମବ୍ରାଞ୍ଚ ଆଗରେ ଗପ କହୁଥିବା ବେଳେ ଗୁଜରାଟରେ ସବୁ ସତ କହିଛି ଗୋପାଳ ।

ଝାରସୁଗୁଡ଼ା(କେନ୍ୟୁଜ) : ଗାନ୍ଧୀନଗରରେ ଫିଟିଲା ନବ ଦାସଙ୍କୁ ହତ୍ୟା ପଛର ଗୁମର । ନାର୍କୋ ଟେଷ୍ଟରେ ଗୋଟି ଗୋଟି କରି ସତ କହିଛି ଅତ୍ୟା ଅଭିଯୁକ୍ତ ଗୋପାଳ ଦାସ । ୨୯ ତାରିଖରୁ କ୍ରାଇମବ୍ରାଞ୍ଚ ଆଗରେ ଗପ କହୁଥିବା ବେଳେ ଗୁଜରାଟରେ ସବୁ ସତ କହିଛି ଗୋପାଳ । ୮ ତାରିଖରେ ଗୋପାଳକୁ ନେଇ ଗୁଜରାଟ ଗାନ୍ଧୀନଗର ଯାଇଥିଲା ୮ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ । ଆସନ୍ତାକାଲି ଗୋପାଳକୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର କରାଯିବ ।

କ୍ରାଇମବ୍ରାଞ୍ଚର ମିଶନ ଗାନ୍ଧୀନଗର ସଫଳ । ଯେଉଁ ଆଶା ନେଇ କ୍ରାଇମବ୍ରାଞ୍ଚ ଗୁଜରାଟ ଯାଇଥିଲା ତାହା ସଫଳ ହୋଇଛି । ଗୋପାଳର ମର୍ଡର ମୋଟିଭ୍ର ପାଇଲା କାରଣ । ନାର୍କୋ ଟେଷ୍ଟରେ ଧରାପଡ଼ିଲା ଗୋପାଳର ମିଛ । ୨୯ ତାରିଖରୁ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ଭୁଆଁ ବୁଲାଉଥିବା ବେଳେ ଏବେ ଓଗାରିଛି ସତ । ଗୋଟି ଗୋଟି କରି ହତ୍ୟା ପଛର କାରଣ କହିଛି ଗୋପାଳ । ଗତକାଲି ଗୁଜରାଟ ଗାନ୍ଧିନଗର ସ୍ଥିତ DFSSରେ ଗୋପାଳର ନାର୍କୋ ଟେଷ୍ଟ କରାଯାଇଥିଲା । ୬ରୁ ୭ ଘଣ୍ଟା ଧରି ଚାଲିଥିଲା ପରୀକ୍ଷା ।

ଟେଷ୍ଟ ସମୟରେ ଗୋପାଳ ହତ୍ୟାର ମୋଟିଭ୍ ନେଇ ଅନେକ ଗୁମର ଫିଟାଇଥିଲା । ନାର୍କୋ ଟେଷ୍ଟ ସମୟରେ କ୍ରାଇମବ୍ରାଞ୍ଚ ଓ ଡିଏଫ୍ଏସଏସ୍ର ବିଶେଷଜ୍ଞ ଗୋପାଳକୁ ୧୫ ପ୍ରଶ୍ନ ପଚାରିଥିଲେ । ହତ୍ୟାର ମୋଟିଭ୍ ଜାଣିବାକୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଥିଲେ ବିଶେଷଜ୍ଞ । କାହିଁକି ନବ ଦାସଙ୍କୁ ଗୁଳି କରି ହତ୍ୟା କଲେ ? ହତ୍ୟା ପଛର କାରଣ କଣ ? ବ୍ୟକ୍ତିଗତ ଶତ୍ରୁତା ନା ଆଉ କିଛି ? କେଉଁ କାରଣରୁ ନବଙ୍କ ଉପରେ ରାଗ ରଖିଥିଲା? ରିମାଣ୍ଡ ବେଳେ କାହିଁକି କ୍ରାଇମବ୍ରାଞ୍ଚକୁ ସତ କହୁନଥିଲା ? ଆଉ କିଏ ତାକୁ ସହଯୋଗ କରିଥିଲା ? ହତ୍ୟା କରିବାକୁ କେବେଠୁ ନିଷ୍ପତ୍ତି ନେଇଥିଲା? ହତ୍ୟା ନିଷ୍ପତ୍ତି ସଂପର୍କରେ ପୂର୍ବରୁ କାହାକୁ କିଛି କହିଥିଲ କି? କ’ଣ ଏମିତି ହେଲା ଯେ ଗୁଳି କରି ହତ୍ୟା କଲ? ନାର୍କୋ ପରୀକ୍ଷା ବେଳେ ଏସବୁର ଉତ୍ତର ରଖିଛି ଗୋପାଳ ଦାସ ।

ନାର୍କୋ ରିପୋର୍ଟକୁ ବନ୍ଦ ଲଫାପାରେ ଝାରସୁଗୁଡ଼ା JMFC କୋର୍ଟକୁ ଦିଆଯିବ । ସେହିଭଳି ଭିଡିଓ ରେକର୍ଡିଂକୁ ମଧ୍ୟ କୋର୍ଟକୁ ଦିଆଯିବ । ନାର୍କୋ ଟେଷ୍ଟ ପରେ ସ୍ୱାଭାବିକ ଥିଲା ଗୋପାଳ । ପରୀକ୍ଷା ସମୟରେ ନିଶ୍ଚେତକ ଦିଆଯାଇଥିଲା । ଫଳରେ ଅଚେତ ହୋଇଥିଲା ଗୋପାଳ । କିଛି ଘଣ୍ଟା ତାକୁ ଅବଜରଭେସନରେ ରଖାଯାଇଥିଲା । ଟ୍ରୁଥ ସେରମ ଦିଆଯାଇ ଥିବାରୁ ସାମାନ୍ୟ ଅଚେତ ରହିଥିଲା । ନବ ଦାସଙ୍କୁ ପ୍ରତିଶୋଧମୂଳକ ଭାବେ ହତ୍ୟା କରିଥିବା ସ୍ୱୀକାର କରିଥିଲେ ମଧ୍ୟ କାରଣ ସ୍ପଷ୍ଟ କରିନଥିଲା ଗୋପାଳ । ଏଥିପାଇଁ ତାର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ କରାଇଛି କ୍ରାଇମବ୍ରାଞ୍ଚ ।
ଗତ ୮ ତାରିଖରେ ଗୋପାଳକୁ ନେଇ ଗୁଜରାଟ ଗାନ୍ଧୀନଗର ଯାଇଥିଲା ୮ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ନିଜେ କ୍ୟାମ୍ପ କରି ରହିଥିଲେ ।

Leave A Reply

Your email address will not be published.