ନବ ଦାସଙ୍କୁ ଗୁଳି କରିଥିବା ASI ଗୋପଳ କୃଷ୍ଣ ୧୦ ବର୍ଷ ହେବ ଝାରସୁଗୁଡାରେ କାମ କରୁଥିଲେ

କେନ୍ୟୁଜ୍(ବ୍ୟୁରୋ):  ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ଗୋପଳ କୃଷ୍ଣ ଦାସ ପ୍ରାୟ ଦଶ  ବର୍ଷ ହେବ ଝାରସୁଗୁଡ଼ା ଜିଲ୍ଲାରେ କାର୍ଯ୍ୟରତ ଥିଲେ । ପ୍ରମୋସନ୍‌ ପାଇ ଏଏସ୍‌ଆଇ ହେବା ପରେ ପ୍ରଥମେ ସେ ବଡ଼ମାଳ ଥାନାରେ ରହିଥିଲେ । ପରେ କୁଲାବିରା, ବନହରପାଲି, ବେଲପାହାଡ଼ ଆଦି ଥାନାରେ କାର୍ଯ୍ୟ କରିଥିଲେ । ଶେଷରେ ଏବେ ଗାନ୍ଧୀଛକ ଫାଣ୍ଡି ଦାୟିତ୍ୱରେ ଥିଲେ ।

ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଅତି ପାଖରୁ ଗୁଳିମାଡ଼ କରିଥିଲେ । ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିଲେ ନବ ଦାସ । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବ୍ରଜରାଜନଗର ଯାଇଥିଲେ ମନ୍ତ୍ରୀ। ସେଠାରେ ସେ ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ଦେହରେ ୨ରାଉଣ୍ଡ ଗୁଳି ବାଜିଥିଲା ପ୍ରଥମେ ଝାରସୁଗୁଡ଼ା ହସ୍ପିଟାଲ ପରେ ଏୟାର ଲିଫ୍ଟ କରି ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦୀର୍ଘ ସମୟରେ ପ୍ରଚେଷ୍ଟା ସତ୍ତ୍ବେ ଜୀବନ ବଞ୍ଚାଇପାରିନଥିଲେ ଡାକ୍ତର।

 

Leave A Reply

Your email address will not be published.