ମୋ ସ୍ୱାମୀଙ୍କ ମାନସିକ ଅବସ୍ଥା ଠିକ ନଥିଲା, ଏନେଇ ତାଙ୍କର ଚିକିତ୍ସା ଚାଲିଥିଲା : ASIଙ୍କ ପତ୍ନୀ

ଝାରସୁଗୁଡା (କେନ୍ୟୁଜ): ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଆକ୍ରମଣ କରିଥିବା ଏଏସଆଇ ଗୋପାଳକୃଷ୍ଣ ଦାସଙ୍କ ଘର ବ୍ରହ୍ମପରୁ । ସେ ମାନସିକ ଅବସାଦର ଶିକାର । ଏଥିପାଇଁ ତାଙ୍କର ଚିକିତ୍ସା ଚାଲିଛି ବୋଲି କହିଛନ୍ତି ପତ୍ନୀ ଜୟନ୍ତି ଦାସ । ଗୁଳି ମାରିଥିବା ଗୋପାଳ ଦାସ ଗତ ପ୍ରାୟ ୧୧ ବର୍ଷ ହେଲା ଝାରସୁଗୁଡ଼ାରେ କାର୍ଯ୍ୟରତ ଥିଲେ । ଗାନ୍ଧୀଛକ ଫାଣ୍ଡିରେ ଏଏସ୍‌ଆଇ ଥିଲେ । ତାଙ୍କ ଘର ବ୍ରହ୍ମପୁର ଶିଳ୍ପାଞ୍ଚଳରେ । ସେ ବ୍ରହ୍ମପୁରରୁ ହିଁ ଚକିରି ଆରମ୍ଭ କରିଥିଲେ । ପ୍ରମୋସନ୍‌ ପାଇବା ପରେ ଝାରସୁଗୁଡ଼ା ଯାଇଥିଲେ । ବେଲପାହାଡ଼ଠାରେ କାର୍ଯ୍ୟ କରିବା ପରେ ଗାନ୍ଧୀନଗର ଫାଣ୍ଡିକୁ ବଦଳି ହୋଇଥିଲେ ।

ଗୁଳିମାଡ କରିଥିବା ଏଏସଆଇ ଗୋପାଳ ଦାସଙ୍କ ପତ୍ନୀ ଜୟନ୍ତୀ ଦାସଙ୍କ କହିବା ମୁତାବକ, ସେ ପ୍ରଥମେ ଟିଭିରୁ ଏହି ଖବର ପାଇଥିଲେ । ଏ ବିଷୟରେ ସେ କିଛି ବି ଜାଣିନଥିବା କହିଛନ୍ତି ।କେବେ ମଧ୍ୟ ସେ ନବ ଦାସଙ୍କ ବାବଦରେ କଥା ହୋଇନାହାନ୍ତି । ଆକ୍ରମଣ ଘଟାଇବା ପୂର୍ବରୁ ପୂର୍ବାହ୍ନ ୧୧ଟା ବେଳେ ଗୋପାଳକୃଷ୍ଣ ଝିଅ ସହିତ ଭିଡିଓ କଲ ମାଧ୍ୟମରେ କଥା ହୋଇଥିଲେ ବୋଲି ପତ୍ନୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ତାଙ୍କ ସ୍ବାମୀଙ୍କର କୌଣସି ଶତ୍ରୁତା ନଥିଲା । ଗଲା ୧୨ରୁ ୧୩ ବର୍ଷ ହେଲା ସେ ଝାରସୁଗୁଡାରେ କାମ କରୁଥିଲେ ।

ତେବେ ତାଙ୍କ ମାନସିକ ଅବସ୍ଥା ଭଲ ନଥିଲା । ଏବେ ବି ତାଙ୍କର ମେଡିସିନ୍ ଖାଇବା ଚାଲିଥିଲା । ୮ରୁ ୧୦ ବର୍ଷ ହେଲା ସେ ଡାକ୍ତରଙ୍କୁ ଦେଖା କରିବା ସହିତ ମାନସିକ ଅବସ୍ଥାର ଯାଞ୍ଚ କରୁଥିଲେ ବୋଲି ତାଙ୍କ ପତ୍ନୀ ସୂଚନା ଦେଇଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.