ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିର କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି ଏଏସଆଇ ଟିମ୍‌, ସ୍ନାନପୂର୍ଣ୍ଣିମା ପୂର୍ବରୁ ଶ୍ରୀମନ୍ଦିରରେ ମରାମତି କାମ ସାରିବାକୁ ଲକ୍ଷ୍ୟ

ପୁରୀ(କେ ନ୍ୟୁଜ୍‌): ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିର ପରିଦର୍ଶନ କରି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ବା ଏଏସଆଇର ଦୁଇ ଜଣିଆ ଟିମ୍‌। ସ୍ନାନପୂର୍ଣ୍ଣିମା ପୂର୍ବରୁ ଶ୍ରୀମନ୍ଦିରରେ ମରାମତି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଫନି ଯୋଗୁଁ ଶ୍ରୀମନ୍ଦିରର ମୁଖ୍ୟ ମନ୍ଦିରରୁ ଏକ ବଡ ସିଂହ ମୂର୍ତ୍ତି ଭାଙ୍ଗି ଖସି ପଡିଥିବା ବେଳେ ଲୁହା ଭାର ଭାଙ୍ଗି ଅନେକ କାରୁକାର୍ଯ୍ୟ ନଷ୍ଟ ହୋଇଛି । ସେହିପରି ସିଂହଦ୍ୱାରରେ ଥିବା ଜୟ ବିଜୟ ମୂର୍ତ୍ତି ମଧ୍ୟରୁ ଜୟ ମୂର୍ତ୍ତି ଭାଙ୍ଗି ତଳେ ପଡିଥିବା ବେଳେ ଚାହାଁଣୀ ମୂଣ୍ଡପ ଭାଙ୍ଗିରୁଜି ଯାଇଛିା ସେହିପରି କୋଣାର୍କ ଯାଇ ସ୍ଥିତି ପରଖିଥିଲେ ଏଏସ୍‌ଆଇ ଟିମ୍‌। ସେଠାରେ ବଡ଼ଧରଣର କ୍ଷତି ହୋଇ ନଥିବା କୁହାଯାଇଛି। କେମିକାଲ କ୍ଲିନିଂ କାମ ପାଇଁ ଦିଆଯାଇଥିବା ଲୁହାଭାରା କିଛି ଏପଟେ ସେପଟେ ହୋଇଥିଲା। ତାକୁ ସଜଡା ଯାଇଛି। ଉପୁଡି ଯାଇଥିବା ଗଛକୁ ସଫା କରାଯାଇଛି। ଦୁଇ ତିନି ଦିନ ଭିତରେ ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ଖୋଲାଯିବ ବୋଲି କୁହାଯାଇଛି। ପୁରାତନ କୀର୍ତ୍ତିରାଜିର ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି । ପୂର୍ବରୁ ଶ୍ରୀମନ୍ଦିର ଓ କୋଣାର୍କର କ୍ଷୟକ୍ଷତି ଆକଳନ କରିବାକୁ ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ୍‌ ପଠାଇବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ । ଏହା ପରେ ଏହି ଟିମ ଓଡ଼ିଶା ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.