ଓଡ଼ିଶାରେ ନିବେଶ ପାଇଁ ବଢୁଛି ଆଗ୍ରହ, ଆଜି ଭୁବନେଶ୍ୱରରେ ପହଞ୍ଚିବେ ଆସିଆନ୍‌ ପ୍ରତିନିଧି ଦଳ

ଭୁବନେଶ୍ୱର(କେନ୍ୟୁଜ୍): ଓଡ଼ିଶାରେ ନିବେଶ ପାଇଁ ବଢୁଛି ଆଗ୍ରହ। ଆଜି ଭୁବନେଶ୍ୱରରେ ପହଞ୍ଚିବେ ଆସିଆନ୍‌ ପ୍ରତିନିଧି ଦଳ। ଓଡ଼ିଶାକୁ ଦେଶର ଶିଳ୍ପାୟନର କେନ୍ଦ୍ରସ୍ଥଳ ରୂପେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ଦେଶ ବିଦେଶରେ ରାଜ୍ୟ ସରକାର ନିବେଶକ ସମ୍ମିଳନୀ ଆୟୋଜନ କରିଛନ୍ତି। ବଡ଼ ବଡ଼ ଶିଳ୍ପପତିଙ୍କୁ ଓଡ଼ିଶାରେ ନିବେଶ କରିବାକୁ ନିମନ୍ତ୍ରଣ କରୁଛନ୍ତି। ଏଥିପାଇଁ ଆଜି ଆସୋସିଏସନ୍‌ ଅଫ୍‌ ସାଉଥ୍‌ ଇଷ୍ଟ ଏସିଆନ୍‌ ନେସନ୍ସ (ଆସିଆନ୍‌)ର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସୁଛନ୍ତି।

ଏହି ପ୍ରତିନିଧି ଦଳରେ ମିଆଁମାର, ଇଣ୍ଡୋନୋସିଆ, ଫିଲପାଇନ୍‌ସ, ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର ଓ ଭିଏତନାମ ଆଦି ୧୦ଟି ଦେଶର ରାଷ୍ଟ୍ରଦୂତ ସାମିଲ ହେବେ। ମେକ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ଲାଗି ସେମାନଙ୍କ ପାଇଁ ଆଗାମୀ ୨୬, ୨୭ ଓ ୨୮ରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନାବେଳେ ଓଡ଼ିଶା ଆସି ଭିତ୍ତିଭୂମି ବୁଲି ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ଏହ ଦେଶ ଗୁଡ଼ିକୁ ନିମନ୍ତ୍ରଣ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷା କରି ଆସିଆନାର ଏହି ପ୍ରତିନିଧି ଦଳ ଓଡ଼ିଶା ଆସୁଛନ୍ତି। ରାଜ୍ୟରେ ଏକ୍ସ ପ୍ଲସର ସୁବିଧା ସୁଯୋଗର ଫାଇଦା ନେବାକୁ ମୁଖ୍ୟମନ୍ତ୍ରୀ ଶିଳ୍ପପତି ମାନଙ୍କୁ ଆହ୍ଵାନ୍‌ ଦେଇଛନ୍ତି। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ୱାରୋପ କରି ଆସୁଛନ୍ତି।