ବରଗଡ଼ରେ ଖୋଲିଲା ଏସିଆର ସର୍ବବୃହତ ଖୋଲା ସମ୍ବଲପୁରୀ ବଜାର, ମନ୍ତ୍ରୀ ସୁଶାନ୍ତ ସିଂହ କଲେ ଉଦ୍‌ଘାଟନ

ବରଗଡ଼ରେ ସର୍ବବୃହତ୍‌ ଖୋଲା ସମ୍ବଲପୁରୀ ବଜାର ଉଦ୍‌ଘାଟିତ। ସଦର ବ୍ଲକ ବେହେରା ଠାରେ ଏହି ବଜାର ଉଦ୍‌ଘାଟନ କରିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ। ୧.୬୭ ଏକର ଜମିରେ ନିର୍ମିତ ହୋଇଛି ଏହି ବଜାର। ଏଥିପାଇଁ ୯.୩୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହସ୍ତତନ୍ତ ବିଭାଗ ଅଧୀନରେ ଏହି ବଜାର ପରିଚାଳିତ ହେଉଛି। ଏହି ବଜାର ବୁଣାକାରମାନଙ୍କ ସମ୍ବଲପୁରୀ ଶାଢ଼ି ବିକ୍ରି ପାଇଁ ସହାୟକ ହେବ।

କାର୍ଯ୍ୟକ୍ରମରେ ବରଗଡ଼ ଲୋକସଭା ସାଂସଦ, ବିଜେପୁର ବିଧାୟିକା, ବିଧାୟିକା ସ୍ନେହାଙ୍ଗିିନୀ ଛୁରିଆ, ବରଗଡ଼ ଜିଲ୍ଲାପାଳ ଓ ଏସ୍‌ପି ରାହୁଲ ଜୈନଙ୍କ ସମେତ ଅନେକ ବୁଣାକାର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ଥିଲେ।