ଦୁର୍ଗାମାଧବ ଘରୋଇ ନର୍ସିଂହୋମରେ ଲାଗିଛି ନିଆଁ

ଆସିକା : ଆସିକା ବାଣୀବିହାର ସ୍ଥିତ ଦୁର୍ଗମାଧବ ନାମକ ଏକ ଘରୋଇ ନର୍ସିଂହୋମ ରେ ଲାଗିଲା ନିଆଁ । ଗ୍ୟାସ ଚୁଲାରୁ ନିଆଁ ବାହାରି ବ୍ୟାପକ ଜିନିଷ ପତ୍ର ପୋଡି ଯାଇଛି। ଅଗ୍ନିଶମ ବିଭାଗର ତ୍ୱରିତ କାର୍ଯ୍ୟ ଯୋଗୁଁ ବଡ଼ ଅଘଟଣ ଏଡେଇ ଯାଇଛି । ସୂଚନା ଅନୁସାରେ ଉକ୍ତ କୋଠାରେ ବିବେକାନନ୍ଦ ଶିଶୁ ମନ୍ଦିର,ଫ୍ଲେକ୍ସ ପ୍ରିଣ୍ଟିଂ ୟୁନିଟ, ପେଥୋଲୋଜି କ୍ଲିନିକ, ମେଡ଼ିସିନ ଦୋକାନ ଏବଂ କେତେକ ଜଣ ଘର ଭଡା ରହିଥିଲେ। ଏକ ବଡ ଅଘଟଣରୁ ସମସ୍ତେ ବିପଦ ମୁକ୍ତ ଥିବା ଜଣାପଡିଛି । ନର୍ସିଂହୋମ ର ସମସ୍ତ ଯନ୍ତ୍ରାଂଶ ଅସ୍ତ୍ରୋପଚାର ସାମଗ୍ରୀ ଓ ବେଡ଼ ପୋଡିଯାଇଥିବା ଜଣା ପଡ଼ିଛି ।

You might also like