ଆସିକା ମକୁନ୍ଦପୁର ଟ୍ରକ୍ ଧକ୍କାରେ ମାଆ ଓ ଝିଅଙ୍କ ମୃତ୍ୟୁ

accident

ଗଞ୍ଜାମ: ଟ୍ରକ୍ ଧକ୍କାରେ ମାଆ ଓ ଝିଅଙ୍କ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ଆସିକା ଥାନା ମୁକୁନ୍ଦପୁର ଅଞ୍ଚଳରେ ଘଟିଛି ଏପରି ଦୁର୍ଘଟଣା। ଘଟଣାସ୍ଥଳରେ ଝିଅର ମୃତ୍ୟୁ ହୋଇଥିବା ବେଳେ, ମେଡିକାଲରେ ମାଆର ମୃତ୍ୟୁ ହୋଇଛି। ମୃତକମାନେ ନିକଟସ୍ଥ ମାଗୁରା ଗାଁର ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଟ୍ରକ୍କୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Leave A Reply

Your email address will not be published.