ଭୁବନେଶ୍ୱରରେ ଗର୍ଜିଲେ କ୍ଷତିଗ୍ରସ୍ତ ଜମାକାରୀ ମିଳିତମଞ୍ଚ , ସେମାନଙ୍କ ଚିହ୍ନଟ କରିବା ସହ ଟଙ୍କା ଫେରସ୍ତ କରିବାକୁ ଦାବି

ଭୁବନେଶ୍ୱର(କେନ୍ୟୁଜ୍) : ଭୁବନେଶ୍ୱରରେ କ୍ଷତିଗ୍ରସ୍ତ ଜମାକାରୀ ମିଳିତମଞ୍ଚର ବିକ୍ଷୋଭା ଶହ ଶହ ଜମାକାରୀ ଷ୍ଟେସନରୁ ବାହାରି ଲୋୟର ପିଏମ୍ଜି ପର୍ୟ୍ୟନ୍ତ ଯାଇଛନ୍ତି। ଯଥାଶିଘ୍ର ଜମାକାରୀ ଚିହ୍ନଟ କରିବା ସହ ଟଙ୍କା ଫେରସ୍ତ କରିବା ଦାବିରେ ଏକାଠି ହୋଇଛନ୍ତି ଶହ ଶହ ଜମାକାରୀ । ରାଜ୍ୟର ବିଭିନ୍ନ ସ୍ଥାନରୁ ଜମାକାରୀ ଆସିଛନ୍ତି । କ୍ଷତିଗ୍ରସ୍ତ ଜମାକାରୀ ମିଳିତମଞ୍ଚର ବିକ୍ଷୋଭକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି କମିଶନରେଟ ପୋଲିସ । ବିକ୍ଷୋଭ ସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବିକ୍ଷୋଭ ବେଳେ ଟ୍ରାଫିକ୍ ବ୍ୟବସ୍ଥା ଉପରେ ନଜର ରଖାଯିବ । ଆଇନ୍କୁ ହାତକୁ ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ ।