୨ ଦିନିଆ ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା
ପୁରୀ : ୨ ଦିନିଆ ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ସରକାର ଆଜିର ଦିନରେ ଠିକ୍ ୬ ମାସ ପୂରଣ କରିଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେବାର ସୌଭାଗ୍ୟ ମିଳିଛି ବୋଲି ସେ କହିଛନ୍ତି । ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇବା saସହ ମହାପ୍ରଭୁଙ୍କ ପାଖରେ ଦେଶର ମଙ୍ଗଳ କାମନା କରିଛନ୍ତି । ଏଥିସହ ବାଲାଂଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଭାରତରେ ହିଁ କେବଳ ଅଳ୍ପସଂଖ୍ୟକ ଅର୍ଥାତ୍ ମାଇନୋରିଟିଙ୍କୁ ସୁରକ୍ଷା ଦିଆଯାଏ । ପାକିସ୍ତାନ, ବାଲାଂଦେଶ ବା ଅନ୍ୟ କୌଣସି ଦେଶ ଚିନ୍ତା କରନ୍ତି ନାହିଁ । ଏହାସହ ବାଂଲଦେଶ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ଓ ବିରୋଧୀଙ୍କୁ ଟାର୍ଗେଟ୍ ମଧ୍ୟ କରିଛନ୍ତି । ସେପଟେ ଅନୁପ୍ରବେଶକାରୀଙ୍କୁ ଧରିବା ପାଇଁ କଡା କାର୍ଯ୍ୟାନୁଷ୍ଠାନ ଆବଶ୍ୟକ । ବେଙ୍ଗଲରେ ଅନୁପ୍ରବେଶ ରୋକା ଯାଉନଥିବାରୁ ଭାରତରେ ଅନୁପ୍ରବେଶକାରୀ ବିସ୍ତାର ହେଉଛି ବୋଲି ସେ କହିଛନ୍ତି ।