ସମ୍ବଲପୁରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପରିବାର
ସମ୍ବଲପୁରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପରିବାର। ହିମନ୍ତଙ୍କ ମାଆ ମୃଣାଳିନୀ ଦେବୀ, ବଡ ଭାଇ ଦିଗନ୍ତ ବିଶ୍ୱାଶର୍ମା ଓ ତାଙ୍କ ପତ୍ନୀ ସମ୍ବଲପୁରରେ ପହଞ୍ଚି କଚେରୀ ଛକ ସ୍ଥିତ ବିଶିଷ୍ଟ ଅହମିୟା ଲେଖକ ଲକ୍ଷ୍ମୀନାଥ ବେଜବରୁଆଙ୍କ ଐତିହାସିକ ବେଜବରୁଆ ହାଉସ ପରିଦର୍ଶନ କରିଛନ୍ତି ।
ସମ୍ବଲପୁର(କେନ୍ୟୁଜ୍) : ସମ୍ବଲପୁରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପରିବାର। ହିମନ୍ତଙ୍କ ମାଆ ମୃଣାଳିନୀ ଦେବୀ, ବଡ ଭାଇ ଦିଗନ୍ତ ବିଶ୍ୱାଶର୍ମା ଓ ତାଙ୍କ ପତ୍ନୀ ସମ୍ବଲପୁରରେ ପହଞ୍ଚି କଚେରୀ ଛକ ସ୍ଥିତ ବିଶିଷ୍ଟ ଅହମିୟା ଲେଖକ ଲକ୍ଷ୍ମୀନାଥ ବେଜବରୁଆଙ୍କ ଐତିହାସିକ ବେଜବରୁଆ ହାଉସ ପରିଦର୍ଶନ କରିଛନ୍ତି ।
ବେଜବରୁଆ ହାଉସରେ ଥିବା ବେଜବରୁଆଙ୍କ ରଚିତ ବିଭିନ୍ନ ପୁସ୍ତକ ଗୁଡିକୁ ମଧ୍ୟ ବୁଲି ଦେଖିଥିଲେ। ଏହାକୁ ଦେଖି ହିମନ୍ତଙ୍କ ବଡଭାଇ ଦିଗନ୍ତ ଖୁସି ବ୍ୟକ୍ତ କରିବା ସହ ବହୁ ପୂର୍ବରୁ ଏହି ସ୍ଥାନକୁ ଆସିବାକୁ ଚେଷ୍ଟା କରିଥିଲେ । ଆଉ ଏଥର ଭୁବନେଶ୍ୱରରେ ହେଉଥିବା ଏକ ସାହିତ୍ୟ ସମାରୋହରେ ଯୋଗଦେବାକୁ ଆସି ସମ୍ବଲପୁର ବୁଲି ଆସିବାର ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି।
ଉଭୟ ଆସାମ ଓ ଓଡିଶା ସରକାର ଙ୍କ ସହଯୋଗରେ ବେଜବରୁଆ ହାଉସର ଉନ୍ନୟନ କାର୍ଯ୍ୟର ପ୍ରଶଂସା କରିଛନ୍ତି ଦିଗନ୍ତ । ବେଜବରୁଆ ହାଉସର ପୁନରୁଉଦ୍ଧାର ପାଇଁ ଆସାମ ସରକାର ପ୍ରାୟ ଏକ କୋଟି ଓ ଓଡିଶା ସରକାର ପ୍ରାୟ ୫୦ ଲକ୍ଷ ଟଙ୍କା ର ପାଣ୍ଠି ଦେଇଛନ୍ତି।.