ଓଡିଶାରେ ଆସାମ ଡିଆଇଜି ଶ୍ୟାମ ପ୍ରସାଦ ସାଇକିଆ , ଭୁବନେଶ୍ୱର ଓ ପୁରୀ ପାଇଁ ପୋଲିସ ପର୍ଯ୍ୟବେକ୍ଷକ ଦାୟିତ୍ୱ

ଭୁବନେଶ୍ୱର(କେନ୍ୟୁଜ୍) : ଭୁବନେଶ୍ୱରରେ ଆସାମ ପୋଲିସର ଡିଆଇଜି ଶ୍ୟାମ ପ୍ରସାଦ ସାଇକିଆ । ସାଧାରଣ ନିର୍ବାଚନ ପାଇଁ ଭୁବନେଶ୍ୱର ଓ ପୁରୀ ଲୋକସଭା ଓ ବିଧାନସଭା ପାଇଁ ତାଙ୍କୁ ପୋଲିସ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ବେଳେ ପୋଲିସର କ’ଣ ରହିବ ଭୂମିକା ସେନେଇ କମିଶନରେଟ ପୋଲିସ କାଯ୍ୟାର୍ଳୟରେ ଏକ ବୈଠକ ହୋଇଛି । ଯୋଗଦେଇଥିଲେ ଭୁବନେଶ୍ୱର ୟୁପିଡିର ସବୁ ବରିଷ୍ଠ ପୋଲିସ ଅଧିକାରୀ । ନିର୍ବାଚନ ବେଳେ କଳାଟଙ୍କା କାରବାର, ଅପରାଧିଙ୍କ ଉପରେ ନଜର ରଖିବା ଓ ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର ଉପରେ ନଜର ରଖିବାକୁ ଗୁରୁତ୍ୱ ଦେଇଛନ୍ତି । ସେହିଭଳି ସମ୍ବେଦନଶୀଳ ବୁଥ୍ ଗୁଡିକରେ କିଭଳି ପୋଲିସ ଫୋର୍ସ ମୁୟତୟ କରାଯିବ ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।