ଆଜିଠୁ ବିଧାନସଭା ବଜେଟ୍‌ ଅଧିବେଶନ: ୩୦ରେ ବଜେଟ୍‌ ଉପସ୍ଥାପନ, ୩୧ରେ ପାରିତ ହେବ ବ୍ୟୟମଞ୍ଜୁରୀ ବିଲ୍‌

ଭୁବନେଶ୍ବର(କେନ୍ୟୁଜ୍): ଆଜିଠୁ ବିଧାନସଭା ବଜେଟ୍‌ ଅଧିବେଶନ । ସ୍ୱଳ୍ପ ସମୟ ପାଇଁ ଅଧିବେଶନ ବସୁଛି। ଏହା ଆସନ୍ତା ୩୧ ପର୍ଯ୍ୟନ୍ତ ଚାଲିବ । ୩୦ ତାରିଖରେ ବଜେଟ୍‌ ଉପସ୍ଥାପନ ହେବ । ୩୧ରେ ପାରିତ ହେବ ବ୍ୟୟମଞ୍ଜୁରୀ ବିଲ୍‌। କୋଭିଡ କଟକଣାରେ ପ୍ରତିଦିନ ୫ ଘଣ୍ଟା ବସିବ ଗୃହ । ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ।

ରାଜନୈତିକ ହିଂସା, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ଚାଷୀ ଶୋଷଣକୁ ବଡ଼ ମୁଦ୍ଦା କରିବାକୁ ଯୋଜନା କରିଛନ୍ତି ବିରୋଧୀ। ମୁକାବିଲା ପାଇଁ ଶାସକ ଦଳ ବି ତୟାର । ଅଧିବେଶନ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ଅତି ସ୍ୱଳ୍ପକାଳୀନ ମାତ୍ର ୬ଟି କାର୍ଯ୍ୟଦିବସ ଥିଲେ ହେଁ ଚଳିତ ଅଧିବେଶନରେ ବଜେଟ ଉପସ୍ଥାପନା ସହିତ ବିରୋଧୀଙ୍କ ପକ୍ଷରୁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠିପାରେ।

Leave A Reply

Your email address will not be published.