ତ୍ୱରାନ୍ଵିତ ହେଉଛି ଓଡ଼ିଶାରେ ବିଧାନ ପରିଷଦ ଗଠନ ପ୍ରକ୍ରିୟା : ବିଧାନସଭାର ମୌସୁମୀ ଅଧିବେଶନରେ ପ୍ରସ୍ତାବ ପାସ୍ ସମ୍ଭାବନା

bidhansabhaନୂଆଦିଲ୍ଲୀ : ବିହାର, ଜମ୍ମୁ- କାଶ୍ମୀର, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ତେଲେଙ୍ଗାନା ଭଳି ଓଡ଼ିଶାରେ ଗଠନ ହେବାକୁ ଯାଉଛି ବିଧାନ ପରିଷଦ । ଏଥିପାଇଁ କମିଟି ବିହାରରୁ ଅନୁଧ୍ୟାନ କରି ଫେରିଛି । ଏହା ପରେ ଉଜ୍ଜ୍ୱଳ ହୋଇଛି ସମ୍ଭାବନା । ବିହାରରେ ପ୍ରଥମେ ବିଧାନ ପରିଷଦ ଓ ପରେ ବିଧାନସଭା ଗଠନ ହୋଇଥିଲା । ତେଣୁ ଏବେ କମିଟି ଅଧିକ ଅନୁଧ୍ୟାନ ପାଇଁ ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ଯିବେ । ଏହି ଦୁଇ ରାଜ୍ୟରେ ପ୍ରଥମେ ବିଧାନସଭା ଓ ପରେ ପରିଷଦ ଗଠନ ହୋଇଛି । ଆସନ୍ତା ୧୬, ୧୭ ଓ ୧୮ ତାରିଖରେ ଏହି କମିଟି ସେଠାରେ ଅନୁଧ୍ୟାନ କରିବେ ।

ଏବେ ଆସନ୍ତୁ ନଜର ପକାଇବା ବିଧାନ ପରିଷଦର ଗଠନ ପ୍ରକ୍ରିୟା ଉପରେ । ବିଧାନସଭାରେ ଏନେଇ ଏକ ସଂକଳ୍ପ ପାସ୍‌ ହେବ । ଏଥିପାଇଁ ସଂଖ୍ୟା ଗରିଷ୍ଠତା ଅର୍ଥାତ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ଏହି ସଂକଳ୍ପ ବିଧାନସଭାରେ ଉପସ୍ଥାପନ ହୋଇସାରିଛି । ବିଧାନସଭା ଓ ସଂସଦରେ ପାସ୍‌ ପରେ ବିଧାନ ପରିଷଦ ଗଠନ ହେବ । ଏଥିରେ ବିଧାନସଭା ସଭ୍ୟ ସଂଖ୍ୟାର ଏକ ତୃତୀୟାଂଶ ସଦସ୍ୟ ରହିବେ । ଓଡ଼ିଶା ବିଧାନସଭାର ସଭ୍ୟ ସଂଖ୍ୟା ୧୪୭ ଥିବାରୁ ବିଧାନ ପରିଷଦରେ ୪୯ ଜଣ ସଦସ୍ୟ ରହିବେ । ୪୦ରୁ କମ୍‌ ସଦସ୍ୟ ରହିବେ ନାହିଁ । ବିଧାନ ପରିଷଦ ସଦସ୍ୟଙ୍କ କାର୍ଯ୍ୟକାଳ ୬ବର୍ଷ ରହିବ । ପ୍ରତି ଦୁଇ ବର୍ଷରେ ଏକ ତୃତୀୟାଂଶ ଆସନ ଖାଲି ହେବ । ଏକ ତୃତୀୟାଂଶ ସଦସ୍ୟ ମ୍ୟୁନିସିପାଲିଟି, ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ଓ ବିଧାୟକମାନଙ୍କ ଦ୍ୱାରା ନିର୍ବାଚିତ ହେବେ । ଏକ ଷଷ୍ଠାଂଶ ସଦସ୍ୟଙ୍କୁ କଳା, ସାହିତ୍ୟ, ବିଜ୍ଞାନ, ସମାଜସେବା, ସମବାୟ ଆନ୍ଦୋଳନ କ୍ଷେତ୍ରରୁ ମନୋନୀତ କରାଯିବ । ଏମାନଙ୍କୁ ମନୋନୀତ କରିବେ ରାଜ୍ୟପାଳ । ୧୨ ଭାଗରୁ ୧ ଭାଗ ସଦସ୍ୟଙ୍କୁ ସ୍ନାତକମାନେ ନିର୍ବାଚିତ କରିବେ । ଅବଶିଷ୍ଟ ୧୨ ଭାଗରୁ ୧ ଭାଗ ସଦସ୍ୟ ମାଧ୍ୟମିକ ସ୍କୁଲ ଏବଂ ବିଶ୍ୱବିଦ୍ୟାଲୟର ଅଧ୍ୟାପନା କ୍ଷେତ୍ରରୁ ନିର୍ବାଚିତ ହେବେ । …

ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଆସୁଛି । ଏହାକୁ ଦୃଷ୍ଟିରେ ରଖି ୨୦୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଡକ୍ଟର ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । ଏଥିରେ ବିଧାୟକ ଭୁଜବଳ ମାଝୀ, ପ୍ରମିଳା ମଲ୍ଲିକ, ମନୋହର ରନ୍ଧାରୀ ଓ ନିତେଶ ଗଙ୍ଗଦେବ ସଦସ୍ୟ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.