ଆସନ୍ତା ୨୨ରୁ ବିଧାନସଭା ଅଧିବେଶନ, ୨୫ରେ ଆସିବ ମୋହନ ସରକାରଙ୍କ ପ୍ରଥମ ବଜେଟ୍

ଭୁବନେଶ୍ୱର : ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକ ଶେଷ ହୋଇଛି। ପୂର୍ଣ୍ଣାଙ୍ଗ ବଜେଟ୍ ଚିଠା ପ୍ରସ୍ତାବ ଉପରେ ମୋହର ବାଜିଥିବା ସୂଚନା ରହିଛି । ପୂର୍ବ ସରକାର ବଜେଟ ତୁଳନା ଅପେକ୍ଷା ବହୁତ ଅଧିକ ବଜେଟ ହୋଇଥିବା ସୂଚନା ରହିଛି।
ଖବର ଅନୁଯାୟୀ , ଏଥରର ଓଡିଶା ବଜେଟର ଆକାର ତିନି ଲକ୍ଷ କୋଟି ଛୁଇଁପାରେ । ଏନେଇ ଲୋକସେବା ଭବନରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ନିଷ୍ପତ୍ତି ହେଇଛି । ଆସନ୍ତା ୨୨ରୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନ। ଏଥର ଅଧିବେଶନରେ ମୋହନ ସରକାର ନିଜର ପ୍ରଥମ ବଜେଟ୍ ଆଣିବ । ୨୨ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭା ଆରମ୍ଭ ହେବାକୁ ଥିବାବେଳେ, ୨୩ ତାରିଖରେ ଉପ-ବାଚସ୍ପତି ନିର୍ବାଚନ ପାଇଁ ଘୋଷଣା ୨୫ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍।