ଆଜି ବିଧାନସଭା ଅଧିବେଶନର ସପ୍ତମ ଦିନ, ଗୃହରେ ଜାରି ରହିପାରେ ସ୍ବାଧୀକାର ଝଡ

ଭୁବନେଶ୍ୱର: ଆଜି ବିଧାନସଭା ଅଧିବେଶନର ସପ୍ତମ ଦିନ । ଅଧିବେଶନର ସପ୍ତମ ଦିନରେ ବିଧାନସଭା ସ୍ବାଭାବିକ ହେବ ଅନୁମାନ କରାଯାଉଛି ।  ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ,ଜଙ୍ଗଲ ପରିବେଶ ଏବଂ ଜଳବାୟୁପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ,ସରକାରୀ ଉଦ୍ୟୋଗ,ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା ପ୍ରଶ୍ନକାଳ ରହିଛି । ବିଧାୟକ ମାନେ ଚାହିଁଲେ ବିଭିନ୍ନ ପ୍ରଶ୍ନ କରିପାରିବେ ।

ଅନ୍ୟପଟେ ଗୃହରେ ଜାରି ରହିଛି ସ୍ବାଧୀକାର ଝଡ ।  ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ସ୍ବାଧୀକାର ଭଙ୍ଗ ନୋଟିସ ଆଣିଥିଲା । ଏହାକୁ ବିଧାନସଭା ସ୍ଵାଧୀକାର କମିଟିକୁ ପଠାଇବା ପାଇଁ ଦାବି କରିଥିଲା କଂଗ୍ରେସ । ଏ ଦାବିରେ ଗୃହରେ ହଙ୍ଗାମା କରିଥିଲା କଂଗ୍ରେସ । ଆଜି ଏ ପ୍ରସଙ୍ଗରେ କଣ ରହିବ ଦଳର ଆଭିମୁଖ୍ୟ ? ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ଗୃହରେ କିଛି କହିବେ କି? ଏହା ଉପରେ ଆଜି ନଜର ରହିବ ।

ସେହିପରି୨୦୨୪-୨୫ ଆର୍ଥିକ ବଜେଟ ଉପରେ ପୁଣିଥରେ ସାଧାରଣ ଆଲୋଚନା ହେବ । ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲେଖା ଅନୁଦାନ ପାରିତ କରିବା ପାଇଁ ଗୃହର ସହଯୋଗ ଲୋଡିପାରନ୍ତି । ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ । ଶୂନ୍ୟକାଳରେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠିବ ଅନୁମାନ କରାଯାଉଛି ।

 

 

You might also like