ଭୁବନେଶ୍ୱର : ଆସନ୍ତାକାଲିଠୁ ସରଗରମ ହେବ ବିଧାନସଭା । ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ମୁହାଁମୁହିଁ ହେବ ଶାସକ ବିରୋଧୀ । ରାଜ୍ୟସଭା ନିର୍ବାଚନରେ କମନ କ୍ୟାଣ୍ଡିଡେଟ ନେଇ ଉଷ୍ଣ ହୋଇପାରେ ବାତାବରଣ । ବିଧାନସଭାରେ ଉଭୟ ଦଳ ଉଭୟଙ୍କ ପ୍ରସଙ୍ଗରେ ଲଢ଼ିବେ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସାଂପ୍ରଦାୟିକ ଶକ୍ତିକୁ ରୋକିବାକୁ ଧର୍ମନିରପେକ୍ଷ ଶକ୍ତି ଏକାଠି ହେଲେ କୌଣସି ଅସୁବିଧା ନାହିଁ ବୋଲି ପ୍ରତିକ୍ରିୟାରେ କହିଛନ୍ତି କଂଗ୍ରେସ ବିଧାୟକ ନେତା ରାମଚନ୍ଦ୍ର କାଡ଼ାମ । ସେପଟେ ବିଜେପିର ଜବାବ ରାଜ୍ୟସଭା ନିର୍ବାଚନ ନେଇ କଂଗ୍ରେସ -ବିଜେଡି ଭୟଭୀତ ।
ମଣ୍ଡିରେ ଧାନକିଣାକୁ ନେଇ ଅବ୍ୟବସ୍ଥାରେ ରାଜନଗରରେ ଚାଷୀ ମୃତ୍ୟୁ, ଆଇନଶୃଙ୍ଖଳା ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ନେଇ ବିଜେଡି ସୁପ୍ରିମୋ କ୍ଷୋଭ ପ୍ରକାଶ କରିଥିବା ବେଳେ ଗୃହରେ ଏହାକୁ ଉଠାଇପାରେ ଦଳ। ରାଜ୍ୟସଭା ନିର୍ବାଚନରେ କମନ କ୍ୟାଣ୍ଡିଡେଟ ପ୍ରସଙ୍ଗରେ ହୋଇପାରେ ସରଗରମ ଆଲୋଚନା। ତେବେ ବିଧାନସଭାରେ ଉଭୟ ଦଳ ଉଭୟଙ୍କ ପ୍ରସଙ୍ଗରେ ଲଢ଼ିବେ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବିଜେଡି ନିଜ ପ୍ରସଙ୍ଗ ଓ କଂଗ୍ରେସ ତା ନି ପ୍ରସଙ୍ଗରେ ଲଢ଼ିବ।
ସମସ୍ତେ ଓଡ଼ିଶାବାସୀଙ୍କ ପାଇଁ ଲଢୁଛନ୍ତି। ସରକାରଙ୍କ ବିରୋଧରେ ଅନେକ ଇସ୍ୟୁ ଅଛି। ବିଜେଡି ମହିଳା, ଚାଷୀ, ଆଇନଶୃଙ୍ଖଳା ପରିସ୍ଥିତି ବେକାରୀ ସମସ୍ୟା ନେଇ ଲଢିବ ବୋଲି କହିଛନ୍ତି ପ୍ରମିଳା। ବିଜେଡି ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼ୁଛି। ରାଜ୍ୟର ସ୍ୱାର୍ଥ ପାଇଁ ବିଜେଡ଼ି -କଂଗ୍ରେସ ବିଧାନସଭାରେ ମିଳିତ ଭାବେ ସ୍ବର ଉଠାଇବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ସାଂପ୍ରଦାୟିକ ଶକ୍ତିକୁ ରୋକିବାକୁ ଧର୍ମନିରପେକ୍ଷ ଶକ୍ତି ଏକାଠି ହେଲେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।