ଫେବ୍ରୁୟାରୀ ୧୩ ରୁ ଆରମ୍ଭ ହେବ ବିଧାନ ସଭା ଅଧିବେଶନ, ଏପ୍ରିଲ ୫ ଯାଏ ଚାଲିବ ଅଧିବେଶନ

ଭୁବନେଶ୍ୱର : ଫେବ୍ରୁୟାରୀ ୧୩ ରୁ ଆରମ୍ଭ ହେବ ବିଧାନ ସଭା ଅଧିବେଶନ । ରାଜ୍ଯପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ । ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଚାଲିବ ବଜେଟ ଅଧିବେଶନ ।

ବଜେଟ୍ ଅଧିବେଶନରେ ସମୁଦାୟ ୨୮ ଟି କାର୍ଯ୍ୟ ଦିବସ ରହିଛି । ଫେବ୍ରୁଆରୀ ୧୭ରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ ଉପସ୍ଥାପନ ହେବ । ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରିବେ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୨୧ ଯାଏ ଚାଲିବାକୁ ଥିବା ବେଳେ ମାର୍ଚ୍ଚ  ୭  ରୁ ଏପ୍ରିଲ ୫ ତାରିଖ ଯାଏ ଚାଲିବ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ । ଫେବୃଆରୀ ୨୨ ରୁ ମାର୍ଚ୍ଚ  ୬ ଯାଏ ଅଧିବେଶନ ବନ୍ଦ ରହିବ ।

You might also like