ଅାସନ୍ତାକାଲିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ବର(କେନ୍ଯୁଜ୍) : ଅାସନ୍ତାକାଲିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନରେ ମୋଟ ୨୩ଟି କାର୍ଯ୍ଯଦିବସ ରହିଛି । ଡିସେମ୍ବର ୧୫ ତାରିଖ ଯାଏଁ ଚାଲିବ ବିଧାନସଭା । ଏଥର ଅଧିବେସନ ସରଗରମ ହେବ । ବିରୋଧୀ ଏବଂ ଶାସକ ଦଳ ହାତରେ ରହିଛି ବିଭିନ୍ନ ପ୍ରସଙ୍ଗ । ଚାଷୀଙ୍କୁ ଶସ୍ୟବୀମା ନ ମିଳିବା, ନବ ନିର୍ମାଣ କୃଷକ ସଂଗଠନର ଦାବି, ପାନୀୟ ଜଳ ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ରଣନୀତି କରିଛନ୍ତି ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି । ଆଜି ବିଧାୟକ ଦଳ ବୈଠକରେ ରଣନୀତି ଉପରେ ଚୂଡାନ୍ତ ମୋହର ଲାଗିବ ।

Odisha-assemblyସେପଟେ ବିରୋଧୀଙ୍କୁ କାଉଣ୍ଟର କରିବା ପାଇଁ ଶାସକ ତଳ ମଧ୍ୟ ତୟାର ରହିଛି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ଏବଂ କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରିବ ବିଜେଡି । ମେକ୍‌ ଇନ ଓଡ଼ିଶାର ସଫଳତାକୁ ମଧ୍ୟ ଶାସକ ଦଳ ଅସ୍ତ୍ର କରିବ । ତେବେ ବିରୋଧୀଙ୍କ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ। ଏଥିସହ କୋଣାର୍କ ଏବଂ ଓଡ଼ିଶା ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ୍‌ ଆୟାର ମିତ୍ର ଗୃହ କମିଟି ନିକଟରେ ହାଜର ହୋଇଥିଲେ । ଏ ନେଇ ଗୃହ କମିଟି ବିଧାନସଭାରେ ତାଙ୍କ ରିପୋର୍ଟ ଉପସ୍ଥାପନ କରିବେ ।