ବିଧାନସଭା ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ

ଭୁବନେଶ୍ୱର : ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେଶନ। ରାଜ୍ଯପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ଅଧିବେଶନ । ରାଜ୍ୟପାଳ ହରବାବୁ କମ୍ଭମପତି ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ମନମୋହନ ସିଂହଙ୍କ ସମେତ ରାଜ୍ୟର ଦିବଙ୍ଗତ ବିଧାୟକ ଓ ମନ୍ତ୍ରୀମାନଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହାପୂର୍ବରୁ ବିଧାନସଭା ପରିସରରେ ରାଜ୍ୟପାଳଙ୍କୁ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଥିଲା ।
ଅଭିଭାଷଣରେ ରାଜ୍ୟପାଳ ହରବାବୁ କମ୍ଭମପତି କହିଛନ୍ତି ଯେ
ଖଣିଜ ସଂପଦରେ ଭରପୂର ଓଡ଼ିଶା
୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡ଼ିଶାର ପ୍ରମୁଖ ଭୂମିକା ରହିବ
ଐତିହ୍ୟ, କୀର୍ତ୍ତିରାଜିକୁ ନେଇ ପରିଚିତ ଓଡ଼ିଶା
ଓଡ଼ିଆ ଅସ୍ମିତା ବିକାଶ ଦିଗରେ କାର୍ଯ୍ୟ କରୁଛି ମୋ ସରକାର
ଗରିବ, ଯୁବ, ଅନ୍ନଦାତା, ନାରୀଶକ୍ତି ମୋ ସରକାରର ମୂଳମନ୍ତ୍ର
ମୋ ସରକାର ଧାନର ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି କରିଛି
ଦୁଗ୍ଧ ଚାଷୀଙ୍କ ପାଇଁ କାମଧେନୁ ଯୋଜନା ଆରମ୍ଭ ହୋଇଛି
ଓଡ଼ିଆ ଅସ୍ମିତା ବିକାଶ ଦିଗରେ କାର୍ଯ୍ୟ କରୁଛି ମୋ ସରକାର
ଡିଜିପି ସମ୍ମିଳନୀ, ଉତ୍କର୍ଷ ଓଡ଼ିଶା, ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରିଛୁ
ମୋ ସରକାର ନୂଆ ଶିକ୍ଷାନୀତିକୁ ଲାଗୁ କରିଛନ୍ତି
୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ପୂରଣ କରାଯିବପ୍ରଥମ ଦୁଇ ବର୍ଷରେ ୬୫,୦୦୦ ପଦବୀ ପୂରଣ ହେବ
ଦୁଇ ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ୫୦,୦୦୦ ନିଯୁକ୍ତି ଦିଆଯିବ
୨୦୨୪-୨୫ରେ ୨୪ ହଜାରରୁ ଅଧିକ ପଦବୀ ପୂରଣ ହୋଇସାରିଛି
ଦେଶର ଅର୍ଥନୀତିକୁ ୧.୫ ଟ୍ରିଲିୟନ ଡଲାର ଯୋଗଦାନ ଦେବ ଓଡ଼ିଶା
ଋଣ ପ୍ରଦାନ କରି କୃଷି ଉଦ୍ୟୋଗକୁ ପ୍ରୋତ୍ସାହିତ କରାଯାଉଛି
ସାର ଓ ବିହନ ସଂରକ୍ଷଣ ପାଇଁ ଗୋଦାମ ନିର୍ମାଣ କରାଯାଉଛି
୨୮ଟି ସମନ୍ବିତ ପ୍ୟାକ ହାଉସ ନିର୍ମାଣକୁ ମଞ୍ଜୁରୀ ମିଳିଛି
ହୀରାକୁଦ କେନାଲର ପୁନଃଉଦ୍ଧାର
ସୁଭଦ୍ରା ଯୋଜନାରେ ୧ କୋଟି ମହିଳା ଉପକୃତ ହୋଇଛନ୍ତି ମହିଳା
ଦୁର୍ଘଟଣାଜନିତ ମୃତ୍ୟୁରେ ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି କରାଯାଇଛି।
ତାଳଚେର ଓ ଫୁଲବାଣୀରେ ଦୁଇଟି ମେଡିକାଲ କଲେଜ ନିର୍ମାଣ ହୋଇଛି।
ସହର ବିକାଶ ପାଇଁ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’।