୪ କୋଟି ଟଙ୍କାର ଠକେଇ ଅଭିଯୋଗରେ CT GST ବିଭାଗର ଆସିଣ୍ଟାଣ୍ଟ କମର୍ସିଆଲ ଟ୍ୟାକ୍ସ ଅଫିସର ଗିରଫ

ଜୟପୁର  : ଭିଜିଲାନ୍ସ ଜାଲରେ CT GST ବିଭାଗର ଆସିଣ୍ଟାଣ୍ଟ କମସିଆଲ ଟ୍ୟାକ୍ସ ଅଫିସର- ACTO । ଜୟପୁର ACTO ଅବିନାଶ ପ୍ରଧାନଙ୍କୁ ଗିରଫ କଲା ଭିଜିଲାନ୍ସ । ୪ କୋଟି ଟଙ୍କାର VAT ଠକେଇ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ତାଙ୍କ ସହ ଦୁଇ ବ୍ୟବସାୟୀ ସାତ୍ୟକୀ ପଟ୍ଟନାୟକ ଓ ଦୀପ୍ତିକାନ୍ତ ଚୌଧୁରୀ ବି ଗିରଫ ହୋଇଛନ୍ତି।

VAT ବାବଦରେ ୪ କୋଟିରୁ ଅଧିକ ଦୁର୍ନୀତି ମାମଲାରେ ୩ ଜଣଙ୍କୁ ଭିଜିଲାନ୍ସ ଗିରଫ କରିଛି। ୨୦୧୧ ଜୁନ ୧ରୁ ୩୦ ତାରିଖ ଓ ୨୦୧୨ ମାର୍ଚ୍ଚ ୧ରୁ ୩୧ତାରିଖ ମଧ୍ୟରେ ଆରେଭା ଟିଆଣ୍ଡଡି କମ୍ପାନୀର ମାଲିକ ବ୍ୟବସାୟୀ ଦୀପ୍ତିକାନ୍ତ ଚୌଧୁରୀ ୧କୋଟି ୨୩ଲକ୍ଷ ଟଙ୍କା ଏବଂ ଅନ୍ୟଜଣେ ଅଲଷ୍ଟମ ଟିଆଣ୍ଡଡି କମ୍ପାନୀ ମାଲିକ ସାତ୍ୟକୀ ପଟ୍ଟନାୟକ ୨୦୧୧ ଏପ୍ରିଲରୁ ୨୦୧୩ ମାର୍ଚ୍ଚ ୩୧ତାରିଖ ମଧ୍ୟରେ ୨କୋଟି ୮୦ଲକ୍ଷ ୯ହଜାର ୭୧୭ଟଙ୍କାର ଭ୍ୟାଟ୍ ସଂକ୍ରାନ୍ତ ଜାଲ ଦସ୍ତାବିଜ ମେସର୍ସ ଜିଇ ଭେରୋନା ପକ୍ଷରୁ ଦାଖଲ କରିଥିଲେ ।

ଭିଜିଲାନ୍ସ ଏନେଇ ଗତ ୧୦ତାରିଖରେ ଏକ ମାମଲା ରୁଜୁ କରିି ସରକାରୀ ଅର୍ଥ ତୋଷାରପାତ ଅଭିଯୋଗରେ ଅବିନାଶଙ୍କ ସମେତ ସାତ୍ୟକୀ ଓ ଦୀପ୍ତିକାନ୍ତଙ୍କୁ ଗିରଫ କରିଥିବାବେଳେ ଏହି ମାମଲାରେ ଅନ୍ୟ କେଉଁ ବ୍ୟକ୍ତିମାନେ ସମ୍ପୃକ୍ତ ଅଛନ୍ତି ତା’ର ଖୋଳତାଡ଼ କରୁଛି । ୩ଜଣଙ୍କୁ ଗିରଫ କରିଆଜି ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଚାଲାଣ କରିଛି।