କଟକ : ଭିଜିଲାନ୍ସ ଜାଲରେ ଯାଜପୁର CT&GST ଆସିଷ୍ଟାଣ୍ଟ କମିସନର । ଯାଜପୁର CT&GST ଆସିଷ୍ଟାଣ୍ଟ କମିସନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଚଢାଉ ଚାଲିଛି । ଭୁବନେଶ୍ବର, ଖୋର୍ଦ୍ଧା ସମେତ ୫ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ସରକାରୀ ଟିକସ ହେରଫେର ଅଭିଯୋଗରେ ରେଡ ଚାଲିଛି । ୫ ଲକ୍ଷ ୮୫ ହଜାର ଟଙ୍କାର ହେରଫେର ଅଭିଯୋଗ ହୋଇଛି । ରେଡରେ ଭିଜିଲାନ୍ସ ବିଭାଗର ୨୫ କର୍ମୀ ସାମିଲ ଅଛନ୍ତି।
ସେହିପରି ଗତକାଲି ଭିଜିଲାନ୍ସ ସ୍କାନରରେ ଧାରା ପଡ଼ିଥିଲେ କେନ୍ଦ୍ରାପଡାର ଅତିରିକ୍ତ ସିଭିଲ ସପ୍ଲାଏ ଅଫିସର ପ୍ରଦୀପ ମହାପାତ୍ର । ତାଙ୍କର କୋଟିଏ ଟଙ୍କାର ମ୍ୟୁଚୁଆଲ ଫଣ୍ଡ ଥିଲା । ଏହା ସହ ନଗଦ ୧ ଲକ୍ଷ ୨୧ ହଜାର ଟଙ୍କା ଠାବ ହୋଇଥିଲା । ପ୍ରଦୀପଙ୍କର ଭୁବନେଶ୍ବର ଓ କଟକର ପ୍ରାଇମ ଲୋକେସନରେ ୨ ପ୍ଲଟ ରହଛି । ଭିଜିଲାନ୍ସ ସ୍କାନରରେ କେନ୍ଦ୍ରାପଡାର ଅତିରିକ୍ତ ସିଭିଲ ସପ୍ଲାଏ ଅଫିସର ପ୍ରଦୀପ ମହାପାତ୍ର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଇଥିଲା । ଭୁବନେଶ୍ବର, କେନ୍ଦ୍ରାପଡା ସମେତ ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚାଲିଥିଲା । ଚଢ଼ାଉରେ ୪ ଜଣ DSP, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓ ୫ ଜଣ ଇନ୍ସପେକ୍ଟର ସାମିଲ ଥିଲେ ।