ଆସିଷ୍ଟାଣ୍ଟ କମିଶନରଙ୍କ ଆତ୍ମହତ୍ୟା, ଘରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର

ଭୁବନେଶ୍ବର (କେନ୍ୟୁଜ୍) : ସେଣ୍ଟ୍ରାଲ ଏକ୍ସାଇଜ ଆସିଷ୍ଟାଣ୍ଟ କମିଶନର ଏ.କେ. ଧଳଙ୍କ ମୃତ ଦେହ ଉଦ୍ଧାର । ବରମୁଣ୍ଡା ଏଚ୍‌.ବି. କଲୋନୀରେ ଥିବା ଘରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରିଛି ପୋଲିସ । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି । ସେ ଆଉ ୬ ମାସ ପରେ ଅବସର ନେଇଥାନ୍ତେ । ତେବେ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.