ଲାଞ୍ଚ ନେଇ ଗିରଫ ହେଲେ ହସ୍ତଶିଳ୍ପ ନିଗମର ସହ ନିର୍ଦ୍ଦେଶକଙ୍କ ସହ ମହିଳା କର୍ମଚାରୀ

ଯାଜପୁର ଟାଉନ(କେନ୍ୟୁଜ) : ଲାଞ୍ଚ ନେଇ ଗିରଫ ହେଲେ ହସ୍ତଶିଳ୍ପ ନିଗମର ସହ ନିର୍ଦ୍ଦେଶକ ଓ ଅନ୍ୟ ଜଣେ କର୍ମଚାରୀ। ହସ୍ତଶିଳ୍ପ ବିଭାଗ ଯାଜପୁର ରୋଡ଼ ଶାଖାର ସହ ନିର୍ଦ୍ଦେଶକ ପ୍ରଭାତ ମିଶ୍ର ଅନ୍ୟ ଜଣେ ମହିଳା କର୍ମଚାରୀ ଲକ୍ଷ୍ମୀ ପ୍ରିୟା ମହାରଣା ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
ଉଭୟ ଖଗେଶ୍ୱର ମଲ୍ଲିକ ନାମକ ଜଣେ କାରିଗରଙ୍କ ଠାରୁ ଏହି ଲାଞ୍ଚ ନେଉଥିବା ସମୟ ରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଖଗେଶ୍ୱରଙ୍କ ବକେୟା ବିଲ ପାସ କରିବା ପାଇଁ ପ୍ରଭାତ ଏହି ଲାଞ୍ଚ ଟଙ୍କା ମାଗିଥିଲେ। ଭିଜିଲାନ୍ସ ଆଜି ଉଭୟଙ୍କୁ ଗିରଫ କରି ପଚରା ଉଚୁରା କରୁଛି ଏବଂ ଉଭୟ ଙ୍କର ବିଭିନ୍ନ ସ୍ଥାନରେ ଥିବା ସମ୍ପତି ନେଇ ଯାଞ୍ଚ କରୁଛି।