ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ, ବିଲ କରାଇ ଦେବାକୁ ନେଉଥିଲେ ଲାଞ୍ଚ

କଟକ : ୪୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ସୁବର୍ଣ୍ଣପୁର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢୀ । ଜଣେ ଠିକାଦାରଙ୍କ ବିଲ କରାଇ ଦେବାକୁ ନେଉଥିଲେ ଏହି ଲାଞ୍ଚ । ଲାଞ୍ଚ ଟଙ୍କା ଭିଜିଲାନ୍ସ ଦ୍ଵାରା ଜବତ ହୋଇଛି । ସମ୍ବଲପୁର ଭିଜିଲାନ୍ସ ଥାନାରେ ଏ ନେଇ ରୁଜ୍ଜୁ ହୋଇଛି ମାମଲା । ଟ୍ରାପ ପରେ ଜିତେନ୍ଦ୍ର ପାଢ଼ୀଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ୬ ଟି ସ୍ଥାନରେ ଏକକାଳୀନ ଚାଲିଛି ଭିଜିଲାନ୍ସ ଚଢ଼ାଉ।