ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ପାଢ଼ୀ

ବଲାଙ୍ଗୀର : ଲାଞ୍ଚୁଆ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ  । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର RW ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ପାଢ଼ୀ ଠିକାଦାରଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ  । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ବଥର୍ଲା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ବିଲ କରାଇ ଦେବା ପାଇଁ ଠିକାଦାର ଜୟନ୍ତ କୁମାର ମେହେରଙ୍କ ଠାରୁ ସେ ପଚାଶ ହଜାର ଲାଞ୍ଚ ନେଉଥିଲେ । ସମ୍ବଲପୁର, ବରଗଡ଼ ଓ ବଲାଙ୍ଗିର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି ।

ଅଧିକ ତଦନ୍ତ ପାଇଁ ତାଙ୍କୁ ବଲାଙ୍ଗିର ନିଆଯାଇଥିବା ସୂଚନା ମିଳିଛି । ପାଟଣାଗଡ଼ ବ୍ଲକରେ ନବ ନିର୍ମିତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ କୋଠା ନିର୍ମାଣ ପରେ ଠିକାଦାର ବିଲ ପାସ ପାଇଁ ବାରମ୍ବାର RW ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ପାଖକୁ ଯାଉଥିଲେ ।  ଏଥିପାଇଁ ଯନ୍ତ୍ରୀ ଜଣଙ୍କ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ  ।  ତେବେ ଆଜି ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସୁଜିତ କୁମାର ପାଢ଼ୀ ଭିଜିଲାନସ ଅଧିକାରୀଙ୍କ ହାତରେ ଧରାପଡ଼ିଥିଲେ ।