ଲାଞ୍ଚ ନେଇ ଧରାପଡ଼ିଲେ ଗଞ୍ଜାମ ବ୍ଲକ ସହକାରୀ ଯନ୍ତ୍ରୀ ବଂଶୀଧର ପରିଡ଼ା, ବିଲ କରିବାକୁ କହି ନେଉଥିଲେ ୪ ହଜାର ଟଙ୍କା ଲାଞ୍ଚ

ବ୍ରହ୍ମପୁର(କେନ୍ୟୁଜ୍):ଭିଜିଲାନ୍ସ ଜାଲରେ ଗଞ୍ଜାମ ବ୍ଲକ ସହକାରୀ ଯନ୍ତ୍ରୀ । ଲାଞ୍ଚ ନେଇ ଧରାପଡ଼ିଲେ ଗଞ୍ଜାମ ବ୍ଲକ ସହକାରୀ ଯନ୍ତ୍ରୀ ବଂଶୀଧର ପରିଡ଼ା । ରାସ୍ତା କାମ ବିଲ୍‌ କରାଇବାକୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ବ୍ରହ୍ମପୁର ଭିଜିଲାନ୍ସର ଏକ ୮ ଜଣିଆ ଟିମ୍‌ ଚଢ଼ାଉରେ ସାମିଲ ଥିଲେ।  ରାମଗଡ଼ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କର ଜଣେ ସହଯୋଗୀଙ୍କ ଠାରୁ ସହକାରୀ ଯନ୍ତ୍ରୀ ବିଲ କରିବାକୁ କହି ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧାରା ପଡ଼ିଥିବା ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।

ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ଜିଆରଏସ କୈଳାଶ ମହାଙ୍ଗୁଡ଼କୁ ମଧ୍ୟ ଭିଜିଲାନ୍ସ ଟିମ୍‌ ସାଙ୍ଗରେ ନେଇଥିବା ଜଣାପଡିଛି ।  ପଞ୍ଚାୟତର ଗଜପତି ନଗର ଗ୍ରାମ ଠାରୁ ବାଗଦେବୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ପ୍ରକଳ୍ପ ପାଇଁ ୨ ଲକ୍ଷ ୧୦ ହଜାର ଟଙ୍କାର ଏକ ବିଲ୍‌ କରାଇଦେବା ପାଇଁ ଲାଞ୍ଚ କାରବାର ହେଉଥିବା ନେଇ ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.