ଚାନ୍ଦବାଲି (କେନ୍ୟୁଜ): ଶିକ୍ଷକ ଶିକ୍ଷୟତ୍ରୀ ସ୍କୁଲରେ ଖାଉଛନ୍ତି ଚିଙ୍ଗୁଡି ଝୋଳ ଆଉ ପିଲାମାନେ ଖାଉଛନ୍ତି ସୋୟାବିନ ଝୋଳ । ଏମିତିକି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଦିଦିଙ୍କୁ ପଚାରିବାରୁ କହୁଛନ୍ତି ଆମେ ଖାଇଲେ ସିନା ତୁମ ଛୁଆଁଙ୍କୁ ମନ ଦେଇ ପାଠ ପଢାଇବୁ…।
ଭିଡିଓଟି ଭଦ୍ରକ ଜିଲ୍ଲା କରଞ୍ଜ ମାଳ ପଞ୍ଚାୟତ ସରସ୍ଵତୀ ନୋଡାଲ ବିଦ୍ୟାଳୟର ବୋଲି ଜଣାପଡିଛି । ଏହି ଭିଡିଓ ଏବେ ପଦାକୁ ଆଣିଛି ଶିକ୍ଷା ବିଭାଗର ଅସଲି ଚିତ୍ରକୁ । ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି କରଞ୍ଜ ମାଳ ପଞ୍ଚାୟତ ସରସ୍ଵତୀ ନୋଡାଲ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସ୍କୁଲ ଭିତରେ ଚିଙ୍ଗୁଡି ଓ ଭେଣ୍ଡି ପକା ସୁଆଦିଆ ତରକାରି ଖଉଥିବାର ପିଲାମାନେ ସୋୟାବିନ ତରକାରୀ ଖାଉଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଅଭିଭାବକ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଭୁବନେଶ୍ୱର(କେନ୍ୟୁଜ୍): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…
ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…
ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ…
ଭୁବନେଶ୍ୱର(କେନ୍ୟୁଜ୍): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…
ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…
ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…