ବରକୁ ୮୨ କନ୍ୟାକୁ ୭୬ : ଧୁମଧାମରେ ହେଲା ବିବାହ, ସହଯୋଗ କଲେ ପରିବାର ଲୋକେ

ରାଉରକେଲା (କେନ୍ୟୁଜ): ଭଲ ପାଇବାର ବୟସ ନଥାଏ । ଏହା ତ ଆପଣ ମାନେ ଶୁଣିଥିବେ । ଏହା ବିବାହ କ୍ଷେତ୍ରରେ ମଧ୍ୟ ଲାଗୁ ହୋଇଥାଏ । ମନୁଷ୍ୟକୁ ଯେବେ ସତ ଭଲ ପାଇବା ମିଳିଥାଏ ସେତେବେଳେ ବୃଦ୍ଧ ବୟସରେ ବି ବିବାହ କରିବା ଦ୍ୱାରା କୌଣସି ଆପତ୍ତି ହୋଇ ନଥାଏ । ଏଭଳି ଏକ ବିବାହ ରାଉରକେଲା ସହର ସେକ୍ଟର ୧୮ ରେ ଦେଖିବାକୁ ମିଳିଛି। ବୁଢା ବରର ଦମଦାର ବାହାଘର। ୮୨ ବର୍ଷ ବୟସରେ ବର ବେଶ ଯେତିକି ସାଜୁଥିଲା ତାଠୁ ବେଶି ଥିଲା ମଜାଦାର। ଉତ୍ସାହ କମ୍‌ ନଥିଲା କି ଖୁସି ବି କମିନଥିଲା। ସବୁଠୁ ନିଆରା କଥା ହେଲା ବ୍ୟକ୍ତିଙ୍କ ବାହା ଘରରେ ସହଯୋଗ କରିଥିଲେ ପରିବାର ଲୋକେ।

ତେବେ ଏହି ଦମ୍ପତ୍ତିଙ୍କ ନା ହେଉଛି ଶିବ ସିଂହ ଓ ଆସା ସିଂହ । ଶିବକୁ ହୋଇଛି ୮୨ ବର୍ଷ ଓ ଆସାଙ୍କୁ ୭୬ ବର୍ଷ । ଦୁହେଁ ବାହା ହୋଇଥିଲେ ୧୯୬୨ ମସିହାରେ । ଆଜିକୁ ୬୦ ବର୍ଷ ପୂର୍ବେ ଏମାନେ ଜୁଲାଇ ୧୦ ତାରିଖ ବିବାହ । ସେମାନଙ୍କର ବାହାଘର କରୁଛନ୍ତି ତାଙ୍କର ପରିବାର ଲୋକେ। ବିବାହ ହିନ୍ଦୁ ରୀତି ନୀତିରେ ହୋଇଥିଲା। ପାରମ୍ପରିକ ଢଙ୍ଗରେ ହୋଇଥିଲା ବିବାହ। ଶିବ ସିଂହ ବି ନାଲି ପଂଜାବୀ ପିନ୍ଧି ବର ବେଶରେ ସଜେଇ ହୋଇଥିଲେ। ଯେବଲ ସେତିକି ନୁହେଁ ଆସା ସିଂହ ମଧ୍ୟ ନାଲି ଶାଢ଼ୀ ଓ ଚୁଡ଼ି ପିନ୍ଧିକନ୍ୟା ବେଶରେ ସଜେଇ । ଉଭୟ ଦମ୍ପତ୍ତି ଏହି ବିବାହଯେ ନେଇ ବେଶ ଖୁସି ଥିବାର ଜଣା ପଡୁଥିଲା । ତେବେ ପରିଣତ ବୟସରେ ଏହା ଥିଲା ଏକ ନିଆରା ପ୍ରେମ କାହାଣୀ। ଏହି ବିବାହକୁ ନେଇ ଲୋକମାନେ ବେଶ୍‌ ପସନ୍ଦ କରୁଛନ୍ତି। ବର୍ତ୍ତମାନ ରାଉରକେଲାରେ ଏହି ବାହାଘରକୁ ନେଇ ଚର୍ଚ୍ଚ। ଜୋର ଧରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.