ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବାବୁସାନ, ଆଗୁଆ ଜାମିନ ପାଇଁ ହାଇକୋର୍ଟରେ କଲେ ଆବେଦନ

ଭୁବନେଶ୍ୱର (କେନ୍ୟୁଜ): ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବାବୁସାନ । ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି । ଏନେଇ ଆମକୁ ଏକ୍ସକ୍ଲୁସିଭ୍‌ ସୂଚନା ଦେଇଛନ୍ତି ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ । ବାବୁସାନଙ୍କ ବିରୋଧରେ ୪୯୮-ଏ ଓ ୫୦୬ ଦଫାରେ ମାମଲା ରୁଜୁ କରିଛି ଖାରବେଳନଗର ଥାନା ପୋଲିସ । ପତ୍ନୀ ତୃପ୍ତିଙ୍କ ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରି ଖୋଳତାଡ କରୁଛି । ଷ୍ଟାରଙ୍କ ବିବାଦକୁ ନେଇ ଖାରବେଳନଗର ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ବାବୁସାନ ଆଜି ଚେନ୍ନାଇରୁ ଓଡ଼ିଶା ଆସିଥିବା ବେଳେ ଦିନେ ଦୁଇ ଦିନ ଭିତରେ ତାଙ୍କୁ ପୋଲିସ ପଚରାଉଚରା କରିପାରେ । ତାପୂର୍ବରୁ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାବୁସାନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.