ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ କିନ୍ନର, ଦେଲେ +୩ ପରୀକ୍ଷା

ଯାଜପୁର(କେନ୍ୟୁଜ) : ପାଠ ପଢିବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ। ଏହି ଲକ୍ଷ୍ୟରେ ପାଞ୍ଚ ଜଣ କିନ୍ନର ଏକା ସାଙ୍ଗେ ଗୋଟିଏ କଲେଜରେ ସ୍ନାତକ ପରୀକ୍ଷା ଶେଷ କରିଛନ୍ତି। ଯାଜପୁର ଜିଲ୍ଲା ବରୀ ଅଙ୍ଗାଳ ସ୍ଥିତ ଲଛମନ ବାଲାଜୀଉ ଡିଗ୍ରୀ କଲେଜରେ ଆଜି କିନ୍ନର ମାନେ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ଦେଇ ସରିବା ପରେ ବେଶ ଖୁସି ଅନୁଭବ କରଛନ୍ତି କିନ୍ନର ପରୀକ୍ଷାର୍ଥୀ।

ଆଜିର ସମାଜରେ କିନ୍ନର ମାନଙ୍କ ପ୍ରତି ରହିଥିବା ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ରହିଛି। ସେଥିପାଇଁ ଏହି କିନ୍ନର ମାନେ ପ୍ରଥମେ ଅନଲାଇନରେ କ୍ଲାସ କରୁଥିଲେ ପରେ କ୍ଲାସ ଅଫଲାଇନରେ ହେବାରୁ ଆଜି କଲେଜ କୁ ଆସି ପରୀକ୍ଷା ଦେଇଛନ୍ତି ।

ଅନ୍ୟପଟେ କିନ୍ନର ମାନଙ୍କୁ ସାଙ୍ଗ ଭାବରେ ପାଇ କଲେଜ ର ଛାତ୍ର ଛାତ୍ରୀ ମାନେ ମଧ୍ୟ ବେଶ ଖୁସି ଥିବାର କହିଛନ୍ତି । କିନ୍ନର ମାନଙ୍କ ପାଇଁ କଲେଜ କର୍ତ୍ତୃପକ୍ଷ ସମସ୍ତ ସହଯୋଗ କରିଥିଲେ। ଏଥିପାଇଁ କିନ୍ନର ଙ୍କ ପକ୍ଷରୁ କଲେଜ କର୍ତ୍ତୃପକ୍ଷ ଙ୍କୁ ମଧ୍ୟ ଧନ୍ୟବାଦ ଦିଆଯାଇଛି।