ଅନ୍ତିମ ଯାତ୍ରାରେ ଅଟଳ : ଶୋଭାଯାତ୍ରାରେ ଚାଲୁଛନ୍ତି ମୋଦି ଓ ଅମିତ ଶାହ

ନୂଆଦିଲ୍ଲୀ (କେନ୍ୟୁଜ୍‌) : ଅନ୍ତିମ ଯାତ୍ରାରେ ଅଟଳ ବିହାରୀ ବାଜପେୟୀ । ଏହି ଲୋକପ୍ରିୟ ନେତାଙ୍କର ମରଶରୀରକୁ ଏବେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରୁ ସ୍ମୃତିସ୍ଥଳକୁ ନିଆଯାଉଛି । ଶୋଭାଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ହଜାର ହଜାର ସାଧାରଣ ଜନତା ସାମିଲ ହୋଇଛନ୍ତି । ମୋଦି ଓ ଶାହ ଚାଲି ଚାଲି ଯାଉଛନ୍ତି । ଶବାଧାର ଯିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଲୋକେ ଅପେକ୍ଷା କରି ରହିଛନ୍ତି । ସମସ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଫୁଲ ପକାଉଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ପାର୍ଥିବ ଶରୀରକୁ ଜାତୀୟ ପାତାକାରେ ଢଙ୍କା ଯାଇ ଏକ କାଚ ବାକ୍ସରେ ରଖା ଯାଇଛି । ବିଜେପି କାର୍ଯ୍ୟାଳୟରୁ ସ୍ମୃତିସ୍ଥଳ ପ୍ରାୟ ୪ କିଲୋମିଟର ଧରି ଏହି ଶୋଭାଯାତ୍ରା ହେବ । ଏହା ପରେ ହେବ ଶେଷକୃତ୍ୟ ।