ଅତନୁ ସବ୍ୟସାଚୀ ନାୟକଙ୍କ ପୁସ୍ତକ ମୋ ଜୀବନ ମୋ ସମୟ ଲୋକାର୍ପିତ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଲେ ଲୋକାର୍ପଣ

ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀଙ୍କ ପୁସ୍ତକ ମୋ ଜୀବନ ମୋ ସମୟ ଲୋକାର୍ପିତ । ଭୁବନେଶ୍ୱରରେ ମୋ ଜୀବନ ମୋ ସମୟ ପୁସ୍ତକକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି ।  ଏହି ଅବସରରେ ଅତନୁ ସବ୍ୟସାଚୀଙ୍କୁ ଅଭିନନ୍ଦନ ଜଣାଇଥିଲେ ନବୀନ । ସାଧାରଣ ଜୀବନରେ କାମ କରୁଥିବା ବ୍ୟକ୍ତିଙ୍କ ଜୀବନାନୁଭୂତି ସ୍ୱତନ୍ତ୍ର ମହତ୍ୱ ରଖିଥାଏ ।

କାରଣ ଏଥିରୁ ନୀତି ନିର୍ଦ୍ଧାରଣ ପ୍ରକ୍ରିୟା ଓ ପ୍ରଶାସନ ବିଷୟରେ ସମ୍ୟକ ସୂଚନା ଦେଇଥାଏ । ଜଣେ ସାମ୍ବାଦିକ ତଥା ରାଜନୀତିଜ୍ଞ ଭାବରେ ଅତନୁ ସବ୍ୟସାଚୀଙ୍କ ଅନୁଭୂତି ଏ ପୁସ୍ତକରେ ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ପୁସ୍ତକରେ ୨୦୦୦ ରୁ ୨୦୨୪ କାଳ ଖଣ୍ଡ ଉପରେ ସ୍ୱତନ୍ତ୍ର ଆଲୋଚନା କରାଯାଇଛି ।

ଏହି ସମୟରେ ଅର୍ଥନୈତିକ ସ୍ଥିରତା ସହ ଓଡିଶାରେ ଶିକ୍ଷା, ସ୍ୱାସ୍ଥ୍ୟ ଭିତ୍ତିଭୂମି, ପୁଞ୍ଜି ନିବେଶ, କ୍ରୀଡା, ମହିଳା ସଶକ୍ତିକରଣ ଆଦି କ୍ଷେତ୍ରରେ ବ୍ୟାପକ ଉନ୍ନତି ହୋଇଛି । ରାଜ୍ୟର ବିକାଶକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ନିଷ୍ଠା ଓ ପ୍ରତିବଦ୍ଧତା ବିଷୟରେ ଏହି ପୁସ୍ତକରୁ ସୂଚନା ମିଳିପାରିବ ବୋଲି କହିଛନ୍ତି ନବୀନ ।

ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇଥିଲେ ବିଶିଷ୍ଟ ରାଜନୈତିକ ସମୀକ୍ଷକ ତଥା ସମ୍ପାଦକ ପ୍ରଭୁ ଚାୱଲା । ଅତନୁଙ୍କ ପୁସ୍ତକରେ ଗତ ଚବିଶ ବର୍ଷର ଘଟଣାବଳୀ ବିଶେଷ ଗୁରୁତ୍ୱ ରଖେ । ଗତ ଚବିଶ ବର୍ଷରେ ନବୀନ ବାବୁଙ୍କ ଜୀବନ ଶୈଳୀରେ କୌଣସି ପରିବର୍ତ୍ତନ ହୋଇନାହିଁ । ତାଙ୍କ ଧଳା ପୋଷାକ ପୂର୍ବ ପରି ସ୍ଵଛ ରହିଛି । କିନ୍ତୁ ଗତ ଚବିଶ ବର୍ଷରେ ଓଡିଶାରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ବିକାଶ ହୋଇଛି ବୋଲି ପ୍ରଭୁ ଚାୱଲା କହିଛନ୍ତି।

You might also like