ଭିଜିଲାନ୍ସ ଜାଲରେ ଆଠଗଡ଼ ବିଡିଓ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ ଟି ସ୍ଥାନରେ ରେଡ

କଟକ : ଭିଜିଲାନ୍ସ ଜାଲରେ ଆଠଗଡ଼ ବିଡିଓ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠଗଡ଼ ବିଡ଼ିଓ ପ୍ରଦୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍। ଏକକାଳୀନ ୮ ଟି ସ୍ଥାନରେ ଚାଲିଛି ଚଢ଼ାଉ। ଭୁବନେଶ୍ୱର ଗୌତମନଗର ଶ୍ରୀଏନକ୍ଲେଭରେ ଚାଲିଛି ରେଡ୍। ଖୋର୍ଦ୍ଧା ଭଲିଆବାଡ଼ିରେ ରହିଛି ଏକ ମହଲା ଘର। ରାଜସୁନାଖଳାରେ ରହିଛି ତିନି ମହଲା ଘର । ରାଜସୁନାଖଳାରେ ରହିଛି ଅନ୍ୟ ଏକ ମହଲା ଘର। ରାଜସୁନାଖଳାରେ ଥିବା ପୈତୃକ ଘର, ଆଠଗଡ଼ ସରକାରୀ ଅଫିସ, ସରକାରୀ ବାସଭବନ ଓ ଖୋର୍ଦ୍ଧା ପିଚୁକୁଳିରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଚାଲିଛି। ଚଢ଼ାଉରେ ସାମିଲ ଅଛନ୍ତି ୬ ଡିଏସପି, ୬ ଇନିସ୍ପେକ୍ଟର, ୧୦ ଏଏସଆଇଙ୍କ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀ । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଏହି ଚଢ଼ାଉ ଚାଲିଛି।

ସେହିପରି ଗତକାଲି ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (ଓବିସିସି)ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ଗିରଫ କରିଛି ଭିଜିଲାନ୍ସ। କୁବେର ଯନ୍ତ୍ରୀଙ୍କ ୫ ଜିଲ୍ଲାରେ ଥିଲା ମୋଟ୍ ୪୨ ପ୍ଲଟ। ଯାଜପୁର ଜିଲ୍ଲାରେ ୩୨, ଭୁବନେଶ୍ବରରେ ୩, ଖୋର୍ଦ୍ଧାରେ ଗୋଟିଏ, କଟକ, ଭଦ୍ରକ ଓ ଢେଙ୍କାନାଳରେ ୨ଟି ଲେଖାଏ ଫ୍ଲଟ ରହିଛି । ତା ସହିତ ରହିଛି ଏକାଧିକ କୋଠା । ଜବତ ହୋଇଛି ପୁଳା ପୁଳା ସୁନା ଗହଣା ସାଙ୍ଗକୁ କାଗଜପତ୍ର । ବିଭିନ୍ନ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ତାଙ୍କର ୮୮ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ ଥିବା ଜଣାଯାଇଛି । ଗୋଟିଏ କାର, ୨ଟି ଜେସିବି, ଗୋଟିଏ ଏକ୍ସାକାଭେଟର ଓ ଦୁଇଟି ବାଇକ ରହିଛି । ତାଙ୍କର ମୋବାଇଲ ଫୋନ, ଲ୍ୟାପଟପ୍ ଓ ଅନ୍ୟ ଡିଜିଟାଲ ଗାଜେଟ ଜବତ କରି କରି ଖୋଳତାଡ଼ କରୁଛି ଭିଜିଲାନ୍ସ ବିଭାଗ ଟିମ ।

You might also like