ଭିଜିଲାନ୍ସ ଜାଲରେ ଆଠଗଡ଼ ବିଡିଓ: ୮ଟି ସ୍ଥାନରେ ଚଢ଼ାଉ, ଆଜି ହେବ ଲକର ଯାଞ୍ଚ

ଭୁବନେଶ୍ୱର : ଗିରଫ ହୋଇ ପାରନ୍ତି ଭିଜିଲାନ୍ସ ଜାଲରେ ପଡ଼ିଥିବା ଆଠଗଡ଼ ବିଡିଓ ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠଗଡ଼ ବିଡ଼ିଓ ପ୍ରଦୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ ବେଳେ ମିଳିଛି ଅପର୍ଯ୍ୟାପ୍ତ ସଂପତ୍ତି ।  ଭୁବନେଶ୍ୱର, ଖୋର୍ଦ୍ଧା,ନୟାଗଡ଼, ଆଠଗଡ଼ରେ ଏକକାଳୀନ ୮ ଟି ସ୍ଥାନରେ ହୋଇଛି ଚଢ଼ାଉ ।  ଖୋର୍ଦ୍ଧାର ଭାଲିବାଡ଼ି ଓ ନୟାଗଡ଼ର ସୁନାଖଳାରେ ତାଙ୍କର କୋଠା ଘର ରହିଛି ।  ଭୁବନେଶ୍ବର ଗୌତମ ନଗରରେ ବିଡିଓ ପ୍ରଦୀପ ସାହୁଙ୍କର ରହିଛି ଏକ ଫ୍ଲାଟ ।

ସେହିପରି ଖୋର୍ଦ୍ଧା ଓ ରାଜସୁନାଖଳାରେ ତାଙ୍କର ୩ ପ୍ଲଟ ଥିବା ଜଣାଯାଇଛି ।  ଚଢ଼ାଉ ବେଳେ ନଗଦ ୬ ଲକ୍ଷ ଟଙ୍କା ଜବତ କରିଛନ୍ତି ଭିଜିଲାନସ ଅଧିକାରୀ ।  ୩ଶହ ଗ୍ରାମର ସୁନା ଓ ୫ଶହ ଗ୍ରାମର ରୁପା ଅଳଙ୍କାର ମିଳିଛି । ବ୍ୟାଙ୍କ , ପୋଷ୍ଟାଲ ଓ ଅନ୍ୟ ଜମା ବାବଦରେ ଖୋଳତାଡ଼ କରାଯାଉଛି ।  ତାଙ୍କର ଗୋଟିଏ କାର ଓ ୪ଟି ଦୁଇ ଚକିଆ ଯାନ ଥିବା ଜଣାଯାଇଛି ।  ରାଜସୁନାଖଳାରେ ଥିବା ପୈତୃକ ଘର, ଆଠଗଡ଼ ସରକାରୀ ଅଫିସ, ସରକାରୀ ବାସଭବନ ଓ ଖୋର୍ଦ୍ଧା ପିଚୁକୁଳିରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରାଯାଇଛି । ଭୁବନେଶ୍ୱର ଏସବିଆଇ ଶାଖାରେ ରହିଛି ପ୍ରଦୀପଙ୍କର ଏକ ଲକର । ଆଜି ଲକର ଯାଞ୍ଚ କରିବ ଭିଜିଲାନ୍ସ । ବ୍ୟାଙ୍କ ଓ ବୀମାରେ ୪୭ ଲକ୍ଷ ୨୪ ହଜାର ଟଙ୍କା ଜମା ଥିବା ସୂଚନା ମିଳିଛି  । ଚଢ଼ାଉରେ ୬ ଡିଏସପି, ୬ ଇନିସ୍ପେକ୍ଟର, ୧୦ ଏଏସଆଇଙ୍କ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀ । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଏହି ଚଢ଼ାଉ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.