ହ୍ଵିଲ ଚେୟାରରେ ୨୦୦ କି.ମି. ଯିବା ପାଇଁ ପ୍ରୟାସ, ଗିନିଜ୍‌ ବୁକ ଅଫ ୱାର୍ଲଡ ରେକର୍ଡ ପାଇଁ  ଆଥଲେଟ କମଳକାନ୍ତ ନାୟକଙ୍କ ଲକ୍ଷ୍ୟ

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଆ ହ୍ଵିଲ ଚେୟାର ଆଥଲେଟ କମଳକାନ୍ତ ନାୟକଙ୍କ ଗିନିଜ୍‌ ବୁକ ଅଫ ୱାର୍ଲଡ ରେକର୍ଡ ପ୍ରତିଷ୍ଠା ପାଇଁ ପ୍ରୟାସ । ସେ ହ୍ଵିଲ ଚେୟାରରେ ୨୪ ଘଣ୍ଟାରେ ସର୍ବାଧିକ ଦୂରତା ଯିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହି ରେକର୍ଡ ଲାଗି ପ୍ରଥମ ଓଡ଼ିଆ ଭିନ୍ନକ୍ଷମ ଆଥଲେଟ ଭାବେ କମଳକାନ୍ତ ହ୍ଵିଲଚେୟାରରେ ୨ଶହ କିଲୋମିଟର ମାରାଥନ ଆରମ୍ଭ କରିଛନ୍ତି ।

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ଛକ ଯାଏ ସାଇକଲ ଟ୍ରାକରେ ସେ ଆଜିଠାରୁ ଆସନ୍ତାକାଲି ଅପରାହ୍ଣ ୩ ଯାଏ ୨୪ ଘଣ୍ଟାରେ ହ୍ଵିଲ ଚେୟାରରେ ଯାଆସ କରିବେ । ପ୍ରମାଣସ୍ୱରୂପ ହ୍ଵିଲ ଚେୟାରରେ ୨୪ ଘଣ୍ଟା ଯାତ୍ରାର ଭିଡିଓ ରେକର୍ଡିଂ ରଖାଯିବ । ସେହିପରି ୧୨ ଜଣ ନିରପେକ୍ଷ ସାକ୍ଷୀ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.