ଓଲଟିଲା ଟାଟା ମ୍ୟାଜିକ ଗାଡ଼ି, ୧୫ ଛାତ୍ରଛାତ୍ରୀ ଗୁରୁତର

ଭୁବନେଶ୍ୱର (କେନ୍ୟୁଜ୍‌) : ବଳଙ୍ଗା ଥାନା ନିକଟରେ ଓଲଟିଲା ଟାଟା ମ୍ୟାଜିକ ଗାଡ଼ି । ଏହି ଦୁର୍ଘଟଣାରେ ପ୍ରାୟ ୧୫ ରୁ ୨୦ ଛାତ୍ରଛାତ୍ରୀ ଆହତ ହୋଇଥିବା ଜଣାଯାଇଛି । ଆହତ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ନିମାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାନୁଯାୟୀ,ଆଜି ସକାଳେ ଏକ ଟାଟା ମ୍ୟାଜିକ ଗାଡ଼ିରେ ୧୫ରୁ ଉର୍ଦ୍ଧ୍ୱ ପିଲା ସ୍କୁଲରୁ ପାଠ ପଢ଼ା ସାରି ଘରକୁ ଫେରୁଥିବା ଗାଡିଟି ରାସ୍ତାରେ ଓଲଟି ପଡ଼ିଥିଲା । ଫଳରେ ଏଥିରେ ଥିବା ଛାତ୍ରଛାତ୍ରୀ ଆହତ ହୋଇଥିଲେ ।

ସେମାନଙ୍କୁ ଏକ ୧୦୮ ଆମ୍ଭୁଲାନ୍ସ ଯୋଗେ ନିମାପଡ଼ା ହସପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଜାରି ରହିଛି । ଦୁର୍ଘଟଣାଟି ବଳଙ୍ଗା ଥାନା ଖେଲାର ବଉଳପଦା ଗ୍ରାମରେ ଘଟିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.