ଖୋର୍ଦ୍ଧା, ବାଘମାରୀରେ ଏସବିଆଇ ଏଟିଏମରୁ ଲୁଟ୍‌ ଉଦ୍ୟମ

ଭୁବନେଶ୍ବର (କେନ୍ଯୁଜ୍) : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରୀ ବଜାରରେ ଥିବା ଏସବିଆଇ ଏଟିଏମରୁ ଲୁଟ ଉଦ୍ୟମ । ଗତକାଲି ରାତିରେ ଦୁର୍ବୃତ୍ତମାନେ ଏଟିଏମରେ ପଶି ଭଙ୍ଗାରୁଜା କରିଛନ୍ତି । ଏଟିଏମରୁ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡିନାହିଁ । ଘଟଣାସ୍ଥଳରେ ପୋଲିସ ପହଂଚି ଏଟିଏମ ସଟର୍ ପକାଇବା ସହ ବ୍ୟାଙ୍କ କର୍ମଚାରୀମାନଙ୍କୁ ଖବର ଦେଇଥିଲେ । ବ୍ୟାଙ୍କ କର୍ତ୍ତୁପକ୍ଷ ପହଂଚିଲେ ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।